ଓଡିଶା

odisha

ETV Bharat / state

ତୁଳସୀକ୍ଷେତ୍ରର ସେବାୟତଙ୍କ ପାଇଁ ଅଭିଶପ୍ତ କୋରୋନା ଲକଡାଉନ - ଅଭିଶପ୍ତ ଲକଡାଉନ

ଦୀର୍ଘ ଏକ ମାସ ହେବ ଭକ୍ତଙ୍କ ମନ୍ଦିରକୁ ପ୍ରବେଶ ନିଷେଧ ହୋଇଥିବା ଯୋଗୁଁ ପୂଜାପଣ୍ଡା, ବଡ଼ପଣ୍ଡା, ସୁଆର ସେବକଙ୍କ ଭଳି ସେବାୟତମାନଙ୍କର ବର୍ତ୍ତମାନ ଅନାହାର ଅବସ୍ଥା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

corona lockdown effect, kendrapara latest news, kendrapara lockdown, sevoits of shri baladebjiu, cursed lockdown, lockdown effect on tulasikshetra's sevoits, ତୁଳସୀକ୍ଷେତ୍ରରେ ଲକଡାଉନ ପ୍ରଭାବ, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରାପଡା ଲକଡାଉନ, ଶ୍ରୀ ବଳଦେବଜୀଉଙ୍କ ସେବାୟତଙ୍କ ଦାବି, ଅଭିଶପ୍ତ ଲକଡାଉନ, ତୁଳସୀକ୍ଷେତ୍ରର ସେବାୟତଙ୍କ ଉପରେ ଲକଡାଉନ ପ୍ରଭାବ
ତୁଳସୀକ୍ଷେତ୍ରର ସେବାୟତଙ୍କ ପାଇଁ ଅଭିଶପ୍ତ କୋରୋନା ଲକଡାଉନ

By

Published : Apr 23, 2020, 7:43 PM IST

Updated : Apr 25, 2020, 3:31 PM IST

କେନ୍ଦ୍ରାପଡା: ଦୁର୍ଦ୍ଦିନରେ ମହାପ୍ରଭୁ ବଳଦେବଜୀଉଙ୍କ ସେବାୟତ। ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ସାଙ୍ଗକୁ ଭୋଗ, ଫୁଲ ଓ ଅବଢା ବିକ୍ରି ନିଷେଧ ଯୋଗୁଁ ଜୀବିକା ହରାଇଲେଣି ସେବାୟତ। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ। ବର୍ଷ ତମାମ ଏଠାରେ ଭକ୍ତଙ୍କ ଦୈନିକ ସମାଗମ ଲାଗି ରହିଥାଏ। ଦେଶରେ କୋରୋନା ଜନିତ ଲକଡାଉନ ପାଇଁ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି ଶ୍ରୀଜୀଉଙ୍କ ସେବାୟତ, ଭୋଗ ଦୋକାନୀ ଓ ଫୁଲ ବ୍ୟବସାୟୀ।

ତୁଳସୀକ୍ଷେତ୍ରର ସେବାୟତଙ୍କ ପାଇଁ ଅଭିଶପ୍ତ କୋରୋନା ଲକଡାଉନ

ଗତ ମାର୍ଚ୍ଚ 23 ତାରିଖ ଠାରୁ ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ଲକଡାଉନ ଘୋଷଣା କରିବା ପରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ବାରଣ କରାଯାଇଥିଲା । ସେହି ଦିନରୁ ପର୍ଯ୍ୟାୟକ୍ରମେ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିବା ପରେ ଆଜିକୁ ଦୀର୍ଘ ଏକ ମାସ ହେବ ଭକ୍ତଙ୍କର ମନ୍ଦିରକୁ ପ୍ରବେଶ ନିଷେଧ ହୋଇଥିବା ଯୋଗୁଁ ପୂଜାପଣ୍ଡା, ବଡ଼ପଣ୍ଡା, ସୁଆର ସେବକଙ୍କ ଭଳି ସେବାୟତମାନଙ୍କର ବର୍ତ୍ତମାନ ଅନାହାର ଅବସ୍ଥା ସୃଷ୍ଟି ହୋଇଛି । କାରଣ ବର୍ଷତମାମ ଯଜମାନ (ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ)ଙ୍କ ଦକ୍ଷିଣା ବା ଅର୍ଥରେ ଏମାନଙ୍କ ପରିବାରର ପ୍ରତିପୋଷଣ ହୋଇଥାଏ।

ସରକାରୀ ସାହାଯ୍ୟରୁ ବଞ୍ଚିତ ଏହି ସେବାୟତମାନଙ୍କ ପାଇଁ ଏବେ କୋରୋନାଜନିତ ଲକଡାଉନ ଅଭିଶାପ ପାଲଟିଛି କହିଲେ କିଛି ଅତ୍ୟୁକ୍ତି ନାହିଁ । ଏମାନଙ୍କର ରାସନ କାର୍ଡ, ଶ୍ରମିକ କାର୍ଡ କିମ୍ବା ଜବକାର୍ଡ ନଥିବା କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ସେବାୟତଗଣ। ତେଣେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ମାନି ଏମାନେ କାର୍ଯ୍ୟ କରୁଥିଲେ ହେଁ ଲକଡାଉନ ସମୟରେ ଏମାନଙ୍କ ଜୀବନ ଜୀବିକା ପାଇଁ କେହି ତତ୍ପର ନଥିବା କ୍ଷୋଭର ସହିତ କହିଛନ୍ତି ସେବାୟତ। ସେହିପରି କିଛି ଦିନ ତଳେ ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ସେବାୟତମାନଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ତୁଳସୀକ୍ଷେତ୍ରର ସେବାୟତମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ୟାକେଜ ଘୋଷଣାର ଆବଶ୍ୟକତା ରହିଥିବା ଦାବି କରିଛନ୍ତି ସେବାୟତ ସମୂହ।

ସେପଟେ ଏନେଇ ବଳଦେବଜୀଉ ଦେବୋତ୍ତର ବିଭାଗ ମୁଖ୍ୟ ଉପ ଜିଲ୍ଲାପାଳଙ୍କ ମାଧ୍ୟମରେ ବଳଦେବଜୀଉ ସେବାୟତ ସମୂହଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ପ୍ରଦାନ କରାଯାଇଛି। ହେଲେ ଏଯାବତ୍‌ ମିଳିପାରିନାହିଁ କୌଣସି ସୁଫଳ ।

ତେବେ ଆବଶ୍ୟକତା ଦୃଷ୍ଟିରୁ ମନ୍ଦିରରେ ଅବଢ଼ା ବିକ୍ରି କରି ଓ ଭକ୍ତମାନଙ୍କ ଦକ୍ଷିଣାକୁ ନେଇ ପରିବାର ପ୍ରତିପୋଷଣ କରୁଥିବା ଏହି ସେବାୟତମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଯଥା ଶୀଘ୍ର ସହାୟତା ପ୍ରଦାନ କରିବା ପାଇଁ ଭକ୍ତମାନଙ୍କ ମହଲରେ ଦାବି ହୋଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Apr 25, 2020, 3:31 PM IST

ABOUT THE AUTHOR

...view details