କେନ୍ଦ୍ରାପଡା: ଆଜି ହେଉଛି ଜୁଲାଇ ମାସର ଶେଷ ରବିବାର । ଅର୍ଥାତ ସାପ୍ତାହିକ ସଟଡାଉନର ଶେଷ ଦିନ। ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ 400 ସଂଖ୍ୟା ଅତିକ୍ରମ କରିଥିବା ବେଳେ ଏହି ସାପ୍ତାହିକ ସଟଡାଉନ ସମୟରେ ଅମାନିଆଙ୍କ ପାଇଁ କ୍ରୁର ଓ ଅତ୍ୟାବଶ୍ୟକ କାର୍ଯ୍ୟରେ ଆସୁଥିବା ଲୋକମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି କେନ୍ଦ୍ରାପଡ଼ା ଆରକ୍ଷୀ ବାହିନୀ।
ସହରର ତିନିମୁହାଣୀ ଠାରେ ପୋଲିସ ପାଟ୍ରୋଲିଂ କଡାକଡି କରାଯାଇ ଅମାନିଆଙ୍କୁ ସାବାଡ଼ କରି ଜୋରିମାନା ଆଦାୟ କରାଯାଉଛି । ଅନ୍ୟପଟେ ଦୁଇଚକିଆ ଗାଡି ଗୁଡିକୁ ଜବତ ମଧ୍ୟ କରାଯାଉଛି। ସେହିପରି ଗତ କିଛିଦିନ ତଳୁ ଜିଲ୍ଲାରେ ଦୋକାନବଜାର ଗୁଡିକ ସୋମବାରରୁ ଶୁକ୍ରବାର ସକାଳ 6ଘଟିକା ଠାରୁ ଖୋଲି ସନ୍ଧ୍ୟା 6 ଘଟିକା ଯାଏଁ ଚାଲିବ ବୋଲି ନିଷ୍ପତ୍ତି ନେଇଥିଲେ କେନ୍ଦ୍ରାପଡା ଜିଲ୍ଲାପାଳ।