କେନ୍ଦ୍ରାପଡ଼ା:ସ୍ଥାୟୀ ନିଯୁକ୍ତି ପତ୍ର ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଘେରାଉ କଲା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ (Contractual teacher association protest) । ସେଠାରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଥିଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ ।
ସୂଚନାନୁସାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ କହିବାନୁସାରେ, ‘‘ଚୁକ୍ତି ଭିତ୍ତିକ ଉଚ୍ଛେଦ ଘୋଷଣା ହେଲା ସତ । ହେଲେ ମିଳିଲାନି ସ୍ଥାୟୀ ନିଯୁକ୍ତିପତ୍ର । ଯାହାକୁ ନେଇ ଜିଲ୍ଲାସ୍ତରରେ ଆନ୍ଦୋଳନକୁ ଓହ୍ଲାଇଛି କେନ୍ଦ୍ରାପଡ଼ା ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ (protest for given permanent appointment letter )। ଜିଲ୍ଲାରେ ୨୦୧୬ ମସିହାରୁ ଅଦ୍ୟାବଧି ନିଯୁକ୍ତି ପାଇଥିବା ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ରାଜ୍ୟର ୫୭ ହଜାର କର୍ମଚାରୀଙ୍କ ପାଇଁ ଅକ୍ଟୋବର ୧୬ ତାରିଖରେ ଏହି ଘୃଣ୍ୟ ପ୍ରଥା ଉଚ୍ଛେଦ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଘୋଷଣାକୁ ଇତିମଧ୍ୟରେ ଦୁଇମାସ ପୁରିବାକୁ ବସିଲାଣି । ହେଲେ ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ମିଳିନାହିଁ । ଏନେଇ ଗଣଶିକ୍ଷା ମନ୍ତ୍ରୀ ଓ ସଚ୍ଚିବଙ୍କ ନିକଟରେ ଅଭିଯୋଗ କଲେ ବି ସେମାନେ ମଧ୍ୟ ଆଜିକାଲି କହି ଭଣ୍ଡାଇ ଚାଲିଛନ୍ତି’’ ବୋଲି ଅଭିଯୋଗ କରିଛି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ (Contractual teacher association)।