କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଟେଣ୍ଡର ଫିକ୍ସିଂ ପ୍ରସଙ୍ଗ । ଟେଣ୍ଡର ଫିକ୍ସିଂକୁ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ । ଠିକାଦାର ଶୁଭେନ୍ଦୁ ରାଉତଙ୍କୁ ଆକ୍ରମଣ ଘଟଣା । ସପ୍ତାହେ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ସବଡିଭିଜନ ଅଫିସରେ କାର୍ଯ୍ୟରତ ଏଷ୍ଟିମେଟରଙ୍କ ପ୍ରତିକ୍ରିୟା ନେଇ ଝଡ । ସରକାରୀ ଅଫିସରେ ବାବୁଙ୍କ ରାଜ । ବିଭିନ୍ନ ପ୍ରକଳ୍ପ ପାଇଁ ବିନା ନୋଟିସରେ ହେଉଛି ଟେଣ୍ତର ବିକ୍ରି । ଟେଣ୍ତର ଫିକ୍ସିଂଙ୍କୁ ନେଇ ଠିକାଦାରଙ୍କ ଉପରେ ଆକ୍ରମଣ । ଆଉ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଧରବାରେ ତତ୍ପରତା ଦେଖାଉନି ପୋଲିସ । ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଟେଣ୍ଡର ଫିକ୍ସିଂର କଥା । ଏନେଇ ପୂର୍ବରୁ ଆମେ ଖବର ପ୍ରସାରଣ କରିଥିଲୁ । ଟେଣ୍ତର ଫିକ୍ସିଂ ନେଇ ମୁହଁ ଖୋଲିବା ପରେ ଠିକାଦାର ଶୁଭେନ୍ଦୁ ରାଉତଙ୍କୁ ଆକ୍ରମଣ ହୋଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ କେବଳ ଦୁର୍ନୀତି ନୁହେଁ ଗୁଣ୍ଡାରାଜ ଚାଲିଛି । ଏନେଇ ଶୁଭେନ୍ଦୁଙ୍କ ପତ୍ନୀ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ । ହେଲେ,ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ । କି ପ୍ରଶାସନ ପକ୍ଷରୁ କୈଣସି ପଦକ୍ଷେପ ନିଆଯାଉନି ।
ଟେଣ୍ଡର ଫିକ୍ସିଂକୁ ନେଇ ଠିକାଦାରଙ୍କୁ ଆକ୍ରମଣ, ସବୁ ଜାଣି ଚୁପ ପ୍ରଶାସନ - kendrapara news
କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଟେଣ୍ଡର ଫିକ୍ସିଂ ପ୍ରସଙ୍ଗ । ଠିକାଦାର ଶୁଭେନ୍ଦୁ ରାଉତଙ୍କୁ ଆକ୍ରମଣ ଘଟଣା । ସପ୍ତାହେ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ସବଡିଭିଜନ ଅଫିସରେ କାର୍ଯ୍ୟରତ ଏଷ୍ଟିମେଟରଙ୍କ ପ୍ରତିକ୍ରିୟା ନେଇ ଝଡ । ଅଧିକ ପଢନ୍ତୁ...

ସେପଟେ, ଟେଣ୍ଡର ବିଜ୍ଞପ୍ତି ବାହାର କରା ନ ଯାଇ ଟେଣ୍ଡର ପେପର ବିକ୍ରିରେ ସବ ଡିଭିଜନ ଅଫିସର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଜୟ କର ଓ ଏଷ୍ଟିମେଟର ବିକ୍ରମାଦିତ୍ୟ ପ୍ରଧାନ ସମ୍ପୃକ୍ତି ଥିବା ନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଥିଲେ ଠିକାଦାର । ଏନେଇ ଆମ ଟିମ ଏଷ୍ଟିମେଟର ବିକ୍ରମାଦିତ୍ୟ ପ୍ରଧାନଙ୍କୁ ଯୋଗାଯୋଗ କରିଥିଲା । ଟେଣ୍ଡର କଥା ବୁଝାଇବାକୁ ଯାଇ ଯାହା କହିଥିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା । "ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୨୪ଘଣ୍ଟା ମଧ୍ୟରେ କାମ ଶେଷ ପାଇଁ ନିର୍ଦ୍ଦେଶ ଥାଏ, ତେଣୁ କାହାକୁ କହି ଏହି କାମ କରିଦିଆଯାଏ । ଆଉ ପରେ କାମ କରିଥିବା ଲୋକ ନାଁରେ ଟେଣ୍ଡର କରାଯାଏ ବୋଲି କହିଥିଲେ।"ସରକାରୀ ନିୟମ ଅନୁଯାୟୀ କାମ କଲେ କାମ ଶେଷ ହୋଇପାରିବ ନାହିଁ ଓ ଠିକାଦାରଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି କରିବ ବୋଲି କହିଥିଲେ । ସେପଟେ,ଟେଣ୍ଡର ଫିକ୍ସିଂ ଓ ଶୁଭେନ୍ଦୁଙ୍କ ପତ୍ନୀ କରିଥିବା ଅଭିଯୋଗ ଉପରେ ନିର୍ବାହୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଦୀର୍ଘଦିନରୁ ଜିଲ୍ଲାରେ ଅସାଧୁ ଲୋକଙ୍କ ପାଇଁ ଟେଣ୍ଡର ଫିକ୍ସିଂ ଓ ମୁହଁ ଖୋଲିଲେ ଗୁଳି ପାଇଁ ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ବେଳେ ଏବେ ଜଣେ ଠିକାଦାର ସରକାରୀ ଅଧିକାରୀଙ୍କ ବିରୋଧରେ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆଣି ମରଣାନ୍ତକ ଆକ୍ରମଣ ଶିକାର ହେବା ପରେ ପ୍ରଶାସନ ଚୁପ ବସିଛି । ତେବେ, ଦେଖିବାକୁ ବାକି ରହିଲା ସରକାରୀ କଳ ଶୁଭେନ୍ଦୁଙ୍କୁ କେବେ ନ୍ୟାୟ ଦେଉଛି ?
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ