କେନ୍ଦ୍ରାପଡା: ଆଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଚରମ ସୀମାରେ ପହଁଚିଥିବା ଅଭିଯୋଗରେ ଆଜି (ରବିବାର) ଆଳି କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।
ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ନାଥ ଶର୍ମାଙ୍କ ନେତୃତ୍ବରେ ରାଜକନିକା କାଳିକେୟୀ ମନ୍ଦିର ସଭାଗୃହରେ ଆୟୋଜନ ହୋଇଥିଲା । ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଆଲୋଚନା କରିଥିଲେ । ସମବାୟ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା ବଣ୍ଟନ ତଥା ଫୋନି ବାତ୍ୟାରେ ସରକାରୀ ସହାୟତାରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।