କେନ୍ଦ୍ରାପଡା: ପାର୍ଟି,ସୁବିଧାବାଦ ଓ କଳାଟଙ୍କା ବିରୋଧରେ କେନ୍ଦ୍ରାପଡାବାସୀ ଭୋଟ ଦେବେ । ଜିଲ୍ଲା ବାହାରୁ ଆମଦାନୀ କରି ପ୍ରାର୍ଥୀ ଆଣିଥିବା ଦଳକୁ ଜିଲ୍ଲାର ସ୍ବାଭିମାନୀ ଜନସାଧାରଣ ଭୋଟ ଦେବେନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସାଂସଦ ପ୍ରାର୍ଥୀ ଧରଣୀଧର ନାୟକ କହିଛନ୍ତି ।
‘କେନ୍ଦ୍ରାପଡାରେ ହେବ ମାଟି ପାଇଁ ଲଢେଇ’ - bjd
ପାର୍ଟି, ସୁବିଧାବାଦ ଓ କଳାଟଙ୍କା ବିରୋଧରେ କେନ୍ଦ୍ରାପଡାବାସୀ ଭୋଟ ଦେବେ । ଜିଲ୍ଲା ବାହାରୁ ଆମଦାନୀ କରି ପ୍ରାର୍ଥୀ ଆଣିଥିବା ଦଳକୁ ଜିଲ୍ଲାର ସ୍ବାଭିମାନୀ ଜନସାଧାରଣ ଭୋଟ ଦେବେନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସାଂସଦ ପ୍ରାର୍ଥୀ ଧରଣୀଧର ନାୟକ କହିଛନ୍ତି ।
ଏହା ସହ ଦୀର୍ଘ ଦଶବର୍ଷ ହେବ ବିକାଶର ମିଛ ସ୍ବପ୍ନ ଦେଖାଇଥିବା ଦଳବଦଳକାରୀ ନେତା ଜିଲ୍ଲାରେ ଯେଉଁ ମିଛ ଶିଳ୍ପର ସ୍ବପ୍ନ ଦେଖାଇଛନ୍ତି ତାକୁ ସମସ୍ତ ଜିଲ୍ଲାବାସୀ ଜାଣିଛନ୍ତି ଓ ଦ୍ବିତୀୟ ଗୁରୁଗାଓଁର ଭେଳିକି ଆଉ ଚଳିବ ନାହିଁ ବୋଲି ବୈଜୟନ୍ତଙ୍କୁ ପରୋକ୍ଷରେ ଇଙ୍ଗିତ କରି କହିଛନ୍ତି ସାଂସଦ ପ୍ରାର୍ଥୀ । ଅପରପକ୍ଷରେ ଅଭିନେତା କେବଳ ସିନେମା ଓ ଟିଭି ପରଦାରେ ଶୋଭା ପାଆନ୍ତି ରାଜନୀତିରେ ନୁହେଁ ଏବଂ ଜିଲ୍ଲା ବିଷୟରେ କିଛି ଜାଣିନଥିବା ଲୋକକୁ ବିଜେଡି ଯେଉଁ ପ୍ରାର୍ଥୀ କରିଛି ତାହାର ଉଚିତ ଜବାବ ସମୟ ଆସିଲେ କେନ୍ଦ୍ରାପଡାବାସୀ ଦେବେ ବୋଲି କହିଛନ୍ତି ଧରଣୀଧର ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ