ଓଡିଶା

odisha

ETV Bharat / state

ପଦଯାତ୍ରା ବେଳେ କଂଗ୍ରେସ ନେତାଙ୍କୁ ପୋଲିସର ଗିରଫ

କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀରେ ଥିବା ଆଳି ଓ ରାଜକନିକା ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ 200କୋଟି ଟଙ୍କାର ହୋଇଥିବା ଦୁର୍ନୀତିର ପ୍ରତିବାଦ କରିଛି କଂଗ୍ରେସ । ପଦଯାତ୍ରା ବେଳେ ଦେବେନ୍ଦ୍ର ଶର୍ମାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ । ଅଧିକ ଖବର ପଢନ୍ତୁ...

By

Published : Nov 23, 2019, 3:11 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀରେ ଥିବା ଆଳି ଓ ରାଜକନିକା ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ 200କୋଟି ଟଙ୍କାର ହୋଇଥିବା ଦୁର୍ନୀତିର ପ୍ରତିବାଦ କରିଛି କଂଗ୍ରେସ । ଅଭିନବ ପ୍ରତିବାଦ କରିବା ସହ ରାଜକନିକା ଠାରୁ ନବୀନ ନିବାସ ଯାଏ ଚାଲିଚାଲି ପଦଯାତ୍ରାରେ ଯାଇ ଦାବିପତ୍ର ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଶୁକ୍ରବାର ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ କଂଗ୍ରେସର ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ନେତୃତ୍ବରେ ଶତାଧିକ କର୍ମୀ ସାମିଲ ହୋଇଥିଲେ । ପଦଯାତ୍ରା ରାଜକନିକାରୁ ବାହାରି ଆଳି ବଜାର ଦେଇ ପଟ୍ଟାମୁଣ୍ଡାଇ ପତ୍ରପୁର ନିକଟରେ ପହଞ୍ଚିଥିବା ବେଳେ ପଟ୍ଟାମୁଣ୍ଡାଇ ପୋଲିସ ତାଙ୍କୁ ଅଟକାଇବା ସହ ଦେବେନ୍ଦ୍ର ଶର୍ମାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details