ଓଡିଶା

odisha

ETV Bharat / state

କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡାରେ ବନ୍ଦ ପାଳନ - ଭାରତ ବନ୍ଦ ଡାକରା

ଗୁରୁବାର ମିଳିତ ଟ୍ରେଡ଼ ୟୁନିୟନ ଭାରତ ବନ୍ଦ ଡାକରାକୁ ଜାତୀୟ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି । ବନ୍ଦ ଡାକରାକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ...

Congress closed Kendrapara collector office for the success of India closure
କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ସଫଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ

By

Published : Nov 26, 2020, 4:30 PM IST

କେନ୍ଦ୍ରାପଡା: ମିଳିତ ଟ୍ରେଡ଼ ୟୁନିୟନ ଭାରତ ବନ୍ଦ ଡାକରାକୁ ଜାତୀୟ କଂଗ୍ରେସ ଓ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ସମର୍ଥନ ଜଣାଇଛି । ଗୁରୁବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରାଯାଇଛି ।

କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ସଫଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ

ଗୁରୁବାର ସକାଳ 6ଟାରୁ ଡେରାବିଶ୍, ଗରଦପୁର, ମାର୍ଶାଘାଇ, ମହାକାଳପଡ଼ା, ଆଳି, ରାଜକନିକା, ରାଜନଗର ଆଦି ବ୍ଲକରେ ଧାରଣା,ବିକ୍ଷୋଭ ସହ ରାସ୍ତାରୋକ କରାଯାଇଛି । ପାର୍ଟି ପକ୍ଷରୁ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସରକାରୀ କାର୍ଯ୍ୟାଳୟଗୁଡିକୁ ବନ୍ଦ କରାଯାଇଛି । ଏହି କ୍ରମରେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପିକେଟିଂ କରି କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାପାଇଁ ଅନୁରୋଧ କରିଥିଲେ ।

ଏହା ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟଗୁଡିକରେ ଚାଲୁଥିବା କାର୍ଯ୍ୟଗୁଡିକୁ ବନ୍ଦ କରାଇ କର୍ମଚାରୀମାନଙ୍କୁ କାର୍ଯ୍ୟାଳୟରୁ ବାହାରକୁ ପଠାଇ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଯୋଗାଣ ବିଭାଗ କାର୍ଯ୍ୟାଳୟ ସମେତ ସମସ୍ତ କାର୍ଯ୍ୟାଳୟର କର୍ମଚାରୀଙ୍କୁ ନିଜ ନିଜ ବିଭାଗରୁ ବାହାରିଯିବା ପାଇଁ କଂଗ୍ରସ ନେତା ଗଣେଶ୍ବର ଅନୁରୋଧ କରିଥିଲେ । ସେହିପରି ସ୍ବତଃପ୍ରବୃତ୍ତ ଭାବରେ ସମସ୍ତ ସରକାରୀ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇ କେନ୍ଦ୍ରାପଡ଼ା ବନ୍ଦ ସଫଳ କରାଇଥିବାରୁ ସେମାନଙ୍କୁ କଂଗ୍ରେସ ନେତା ଧନ୍ୟବାଦ ଜଣାଇଥିବା ସୂଚନା ମିଳିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details