କେନ୍ଦ୍ରାପଡା: ରାଜ୍ୟରେ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ସର୍ବପୂରାତନ କେନ୍ଦ୍ରାପଡ଼ା ପୌରପାଳିକା ଓ ପଟ୍ଟାମୁଣ୍ଡାଇ ପୌରପରିଷଦ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ବିଭିନ୍ନ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ୨୦ଟି ୱାର୍ଡକୁ ନେଇ ଗଠିତ ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାଚନ ୨ ବର୍ଷ ବିଳମ୍ବ ହୋଇଥିବା ବେଳେ ନିର୍ବାଚନ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
କାଉନସିଲର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସର ସଞ୍ଜୟ କୁମାର ପଣ୍ଡା - ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାଚନ ଅପଡେଟ
୨୦ଟି ୱାର୍ଡକୁ ନେଇ ଗଠିତ ପଟ୍ଟାମୁଣ୍ଡାଇ ପୌର ପରିଷଦ ନିର୍ବାଚନ ୨ ବର୍ଷ ବିଳମ୍ବ ହୋଇଥିବା ବେଳେ ନିର୍ବାଚନ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ
ବିଭିନ୍ନ ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଆଶାୟୀ ପ୍ରାର୍ଥୀମାନେ ମନୋନୟନ ପତ୍ର କିଣିଥିବାର ଦେଖିବାକୁ ମିଳିଛି । ଚଳିତ ବର୍ଷ ମନୋନୟନ ପତ୍ର ଦାଖଲ ପାଇଁ କଡ଼ା କଟକଣା କରାଯାଇଥିବାରୁ ୩ ଦିନ ମଧ୍ୟରେ କେବଳ କଂଗ୍ରେସ ଦଳରୁ ସଞ୍ଜୟ କୁମାର ପଣ୍ଡା ୧୯ ନମ୍ବର ୱାର୍ଡରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି(ଶୁକ୍ରବାର) ପଟ୍ଟାମୁଣ୍ଡାଇ ପୌରପରିଷଦରେ ଜଣେ ମାତ୍ର ମନୋନୟନ ପତ୍ର ଦାଖଲ କରିଛନ୍ତି । ପୌରପରିଷଦ ଦୁର୍ନୀତି ମୁକ୍ତ କରିବା ପାଇଁ ସଂଗ୍ରାମ କରିବେ ବୋଲି ଘୋଷଣା କରି କଂଗ୍ରେସ ଦଳ ପକ୍ଷରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ସଞ୍ଜୟ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ