ଓଡିଶା

odisha

ETV Bharat / state

କୋରୋନା ବିଜୟୀ ପୋଲିସ କର୍ମଚାରୀଙ୍କୁ ଏସପିଙ୍କ ସମ୍ବର୍ଦ୍ଧନା - Congratulate to the Corona warrior

ମହାମାରୀ କୋରୋନା ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ପୋଲିସ କର୍ମଚାରୀ କୋରୋନାରେ ଆକ୍ରାନ୍ତ ଥିଲେ । ସେମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ପୁଣିଥରେ ନିଜ କାର୍ଯ୍ଯରେ ଯୋଗ ଦେଇଛନ୍ତି । ଏହି କୋରୋନା ଯୋଦ୍ଧାମାନଙ୍କୁ ଫୁଲତୋଡା ପ୍ରଦାନ କରିବା ସହିତ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏସପି ନୀତିଶେଖର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ବିଜୟୀ ପୋଲିସ କର୍ମଚାରୀଙ୍କୁ ଏସପିଙ୍କ ସମ୍ବର୍ଦ୍ଧନା
କୋରୋନା ବିଜୟୀ ପୋଲିସ କର୍ମଚାରୀଙ୍କୁ ଏସପିଙ୍କ ସମ୍ବର୍ଦ୍ଧନା

By

Published : Sep 30, 2020, 6:22 PM IST

କେନ୍ଦ୍ରାପଡା: ଏସପି ନୀତିଶେଖରଙ୍କ ନିଆରା ପଦକ୍ଷେପ । ମହାମାରୀ କୋରୋନା ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଲୋକଙ୍କୁ କୋରୋନା ବିଷୟରେ ସଚେତନ କରାଉଥିବା କେନ୍ଦ୍ରାପଡା ଟାଉନ ଥାନାର କିଛି କାର୍ଯ୍ୟରତ ପୋଲିସ୍ ବାହିନୀ ଓ ଏସପି ଅଫିସର କିଛି କାର୍ଯ୍ୟରତ ପୋଲିସ୍ କର୍ମଚାରୀ ମହାମାରୀ କୋରୋନା ଆକ୍ରାନ୍ତ ହୋଇଥିଲେ । ବୁଧବାର ୧୬ ଜଣ ପୋଲିସ କର୍ମଚାରୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।

କୋରୋନା ବିଜୟୀ ପୋଲିସ କର୍ମଚାରୀଙ୍କୁ ଏସପିଙ୍କ ସମ୍ବର୍ଦ୍ଧନା

ସେହି ୧୬ ଜଣ କୋରୋନା ଯୋଦ୍ଧାମାନଙ୍କୁ ଫୁଲତୋଡା ପ୍ରଦାନ କରିବା ସହିତ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏସପି ନୀତିଶେଖର । ଏହିପରି କରିବା ଦ୍ୱାରା ପୋଲିସ କର୍ମଚାରୀଙ୍କର ମନୋବଳ ବୃଦ୍ଧି ପାଇବା ସହିତ ଆଗକୁ ଆହୁରି ଅଧିକରୁ ଅଧିକ କାମ କରିବା ପାଇଁ ଆଗ୍ରହ ବଢିବ ବୋଲି ଏସପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହି ଅବସରରେ କେନ୍ଦ୍ରାପଡ଼ା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କୁ କୋଭିଡ ଶିରୋମଣି ଉପାଧି ପ୍ରଦାନ କରିଥିଲେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷକ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details