କେନ୍ଦ୍ରାପଡ଼ା: ସ୍ବାଭିମାନର ପାଠ ପଢ଼ାଉଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ପୁଣି ଏତଲା। ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଜଣେ ବ୍ୟବସାୟୀଙ୍କ ଠାରୁ ଫ୍ଲେକ୍ସ ଓ ବ୍ୟାନର ପ୍ରିଣ୍ଟ କରିନେଇ ଠକି ଦେଇଛନ୍ତି ଅନୁଭବ। ଏନେଇ ବ୍ୟବସାୟୀ ସ୍ମୃତିରଞ୍ଜନ ସ୍ବାଇଁ କେନ୍ଦ୍ରାପଡ଼ା ସଦର ଥାନାରେ ପ୍ରଥମେ ଅନଲାଇନ ଯୋଗେ ଏତଲା ଓ ପରେ ବ୍ୟକ୍ତିଗତ ଭାବରେ ଦେଇଛନ୍ତି ଏତଲା।
ପୁଣି ସାଂସଦ ଅନୁଭବଙ୍କ ନାଁରେ ଏତଲା, ବ୍ୟାନର କରି ଦେଲେନି ବାକି ଟଙ୍କା - ପୁଣି ସାଂସଦ ଅନୁଭବଙ୍କ ନାଁରେ ଏତଲା
କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଥାନାରେ ଅଭିଯୋଗ । ନିର୍ବାଚନ ବେଳେ ବ୍ୟାନର, ପୋଷ୍ଟର କରିଥିବା ବେଳେ ଏବେ ସୁଦ୍ଧା ଦେଇନାହାଁନ୍ତି ବକେୟା ଟଙ୍କା । ଯାହାକୁ ନେଇ ଥାନର ଦ୍ବାରସ୍ଥ ହୋଇଛନ୍ତି ବ୍ୟବସାୟୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ପୁଣି ସାଂସଦ ଅନୁଭବଙ୍କ ନାଁରେ ଏତଲା, ବ୍ୟାନର କରି ଦେଲେନି ବାକି ଟଙ୍କା complain-file-against-kendrapada-mp-anubhab-mohanty](https://etvbharatimages.akamaized.net/etvbharat/prod-images/768-512-5899164-thumbnail-3x2-kpt.jpg)
complain-file-against-kendrapada-mp-anubhab-mohanty
ସୂଚନା ଅନୁଯାୟୀ ଗତ ୨୦୧୯ ନିର୍ବାଚନ ସମୟରେ ବିଭିନ୍ନ ସମୟରେ ଅନୁଭବଙ୍କ ନିର୍ବାଚନୀ ବ୍ୟାନର, ପୋଷ୍ଟର ଏବଂ ଗାଡି ଡେକୋରେସନ ପାଇଁ ଗରାପୁର ସ୍ଥିତ ବଳଦେବଜୀୟୁ ଆଡ଼ ମିଡ଼ିଆର ମାଲିକ ସ୍ମୃତିରଞ୍ଜନ ନିକଟରେ ଫ୍ଲେକ୍ସ ପ୍ରିଣ୍ଟ କରିଥିଲେ । ଦେୟ ବାବଦକୁ ମୋଟ 32,56,400 ଟଙ୍କା ହୋଇଥିବା ବେଳେ 21,10,961 ଟଙ୍କା ପାଇଥିଲେ। ତେବେ ଅବଶିଷ୍ଟ ବାକି ଟଙ୍କା ପାଇଁ ବାରମ୍ବାର ସାଂସଦ ଅନୁଭବଙ୍କ ପାଖକୁ ଯାଇ ନିରାଶ ହେବାପରେ ଆଜି ଏତଲା ଦେଇଛନ୍ତି ବ୍ୟବସାୟୀ ।
ପୁଣି ସାଂସଦ ଅନୁଭବଙ୍କ ନାଁରେ ଏତଲା, ବ୍ୟାନର କରି ଦେଲେନି ବାକି ଟଙ୍କା
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ