ଓଡିଶା

odisha

By

Published : Feb 25, 2022, 9:32 AM IST

ETV Bharat / state

ଷ୍ଟ୍ରଙ୍ଗରୁମ ବାହାରେ ପଡିଛି ମୋହର ମରା ଚିରା ବାଲଟ, କଲେଜ ପରିସରରେ ଉତ୍ତେଜନା

ଷ୍ଟ୍ରଙ୍ଗରୁମ ବାହାରେ ପଡିଛି ମୋହର ମରା ଚିରା ବାଲଟ ପେପର । କେନ୍ଦ୍ରାପଡା ସ୍ୱୟଂ ଶାସିତ କଲେଜ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମ ବାହାରେ ଦେଖିବାକୁ ମିଳିଛି ଏହି ଘଟଣା । ଅଧିକ ପଢନ୍ତୁ

ଷ୍ଟ୍ରଙ୍ଗରୁମ ବାହାରେ ପଡିଛି ମୋହର ମରା ଚିରା ବାଲାଟ, କଲେଜ ପରିସରରେ ଉତ୍ତେଜନା
ଷ୍ଟ୍ରଙ୍ଗରୁମ ବାହାରେ ପଡିଛି ମୋହର ମରା ଚିରା ବାଲାଟ, କଲେଜ ପରିସରରେ ଉତ୍ତେଜନା

କେନ୍ଦ୍ରାପଡା: ସରିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ବାଲଟ ବକ୍ସରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆସନ୍ତାକାଲି(ଶନିବାର)ଠୁ ଭୋଟ ଗଣତି ଥିବାବେଳେ ଷ୍ଟ୍ରଙ୍ଗରୁମରେ ବାଲାଟ ବାକ୍ସଗୁଡିକୁ ସୁରକ୍ଷିତ ଭାବେ ରଖାଯାଇଛି । ଷ୍ଟ୍ରଙ୍ଗରୁମ ବାହାରେ କଡା ପ୍ରହରା ଦେଉଛି ପୋଲିସ । ହେଲେ ଗଣତି ପୂର୍ବରୁ ଇତିମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଷ୍ଟ୍ରଙ୍ଗରୁମ ବାହାରୁ ଠାବ ହୋଇଛି ମୋହର ମରା ଯାଇଥିବା ବାଲାଟ ପେପର ।

ଷ୍ଟ୍ରଙ୍ଗରୁମ ବାହାରେ ପଡିଛି ମୋହର ମରା ଚିରା ବାଲାଟ, କଲେଜ ପରିସରରେ ଉତ୍ତେଜନା

କିଛି ବାଲାଟଗୁଡିକ ଚିରି ଫୋପଡା ଯାଇଥିବାବେଳେ ଆଉ କିଛି ସେପରି ବିକ୍ଷିପ୍ତ ଅବସ୍ଥାରେ ମିଳିଛି । ଯାହାକୁ ନେଇ ମହାବିଦ୍ୟାଳୟ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଆଜି(ଶୁକ୍ରବାର) କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରୁ ଏହି ଘଟଣା ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ଗତ ୨୨ ତାରିଖ ଅର୍ଥାତ୍ ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିଲା ।

ଷ୍ଟ୍ରଙ୍ଗରୁମ ବାହାରେ ପଡିଛି ମୋହର ମରା ଚିରା ବାଲାଟ, କଲେଜ ପରିସରରେ ଉତ୍ତେଜନା

ବ୍ଳକର ୨୭ଟି ପଞ୍ଚାୟତ ୪୨୯ଟି ବୁଥରେ ମତଦାନ ହୋଇଥିବା ବେଳେ ୭୮.୩୨% ଅର୍ଥାତ ୧,୦୦,୩୧୪ ଜଣ ମତଦାତା ନିଜ ମତସାବ୍ୟସ୍ତ କରିଥିଲେ । ଏହାପରେ ବାଲଟ ବାକ୍ସ ଗୁଡିକୁ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଥିଲା । ଷ୍ଟ୍ରଙ୍ଗରୁମ ବାହାରେ ଏବେ ପୋଲିସ କଡା ପହରା ଦେଉଛି । ଏପରିକି ସିସିଟିଭି ଯୋଗେ ଏହାର ସୁରକ୍ଷା ଉପରେ ନଜର ରଖାଯାଇଛି ।

ହେଲେ ଆଜି(ଶୁକ୍ରବାର) ସକାଳେ ମହାବିଦ୍ୟାଳୟ ପରିସରରେ ମୋହର ମରାଯାଇଥିବା ବାଲଟ ପେପର ଗୁଡିକ ଚିରା ଏବଂ ବିକ୍ଷିପ୍ତ ଅବସ୍ଥାରେ ପଡିଥିବାର ଦେଖାଯାଇଛି । ଯାହାକୁ ନେଇ ପ୍ରାର୍ଥୀ ଓ ସମର୍ଥକମାନେ ମହାବିଦ୍ୟାଳୟ ପରିସରରେ ହୋହଲ୍ଲା ଆରମ୍ଭ କରିଛନ୍ତି । ତେବେ ଏହି ବାଲଟ ପେପରଗୁଡିକ ଅସଲି ନା ନକଲି ସେନେଇ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ସେପଟେ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ସମର୍ଥକ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ପରିସରରେ ଭିଡ଼ ଜମାଇବା ଆରମ୍ଭ କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details