ଭୁବନେଶ୍ବର: ରାଜନଗରର ହଂସୁଆ ନଦୀ କୂଳରେ ବିଜୁ ପଟ୍ଟନାୟକ ପାର୍କର ନିର୍ମାଣ କାମ ଶେଷ ହୋଇଛି । ତେବେ ଏହି ପାର୍କ ନିର୍ମାଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଚ୍ବିଟର ହ୍ୟାଣ୍ଡେଲ ପକ୍ଷରୁ ଟ୍ବିଟ ଯୋଗେ କେନ୍ଦ୍ରାପଡାର ଜିଲ୍ଲାପାଳଙ୍କ ସମେତ ରାଜନଗର ବିଧାୟକ ଓ ଅନ୍ୟାନ୍ୟ ପଦାଧିକାରୀଙ୍କୁ ଧନ୍ୟବାଦ ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ପାର୍କ ନିର୍ମାଣ ଶିଶୁ ଏବଂ ବୟସ୍କମାନଙ୍କ ପାଇଁ ମନୋରଞ୍ଜନ ଖୋରାକ ଯୋଗାଇବା ସହ ଏକ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ ବୋଲି ସିଏମଓ ଟ୍ବିଟରେ ଲେଖାଯାଇଛି ।
ହଂସୁଆ ନଦୀ କୂଳରେ ନିର୍ମାଣ ହେଲା ବିଜୁ ପଟ୍ଟନାୟକ ପାର୍କ, ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ - ବିଜୁ ପଟ୍ଟନାୟ ପାର୍କ
ରାଜନଗରର ହଂସୁଆ ନଦୀ କୂଳରେ ନିର୍ମିତ ବିଜୁ ପଟ୍ଟନାୟକ ପାର୍କକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ୍ ଚ୍ବିଟର ହ୍ୟାଣ୍ଡେଲ ପକ୍ଷରୁ କେନ୍ଦ୍ରାପଡାର ଜିଲ୍ଲାପାଳଙ୍କ ସମେତ ରାଜନଗର ବିଧାୟକଙ୍କୁ ଧନ୍ୟବାଦ । ଅଧିକ ପଢନ୍ତୁ...
ହଂସୁଆ ନଦୀ କୂଳରେ ନିର୍ମାଣ ହେଲା ବିଜୁ ପଟ୍ଟନାୟ ପାର୍କ, ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ
ହଂସୁଆ ନଦୀ କୂଳର ଶାନ୍ତ ପରିବେଶରେ ଅନେକ ଦିନରୁ ଏହି ପାର୍କର ନିର୍ମାଣ କାର୍ଯ୍ୟ ହୋଇଆସୁଥିବାବେଳେ ଏହା ଶୁକ୍ରବାର ଶେଷ ହୋଇଥିଲା । ତେବେ ଏହି ପାର୍କରେ ଖୋଲା ଆକାଶ ତଳେ ବ୍ୟାୟାମ ପାଇଁ ଜିମ ସୁବିଧା ସହ ଖେଳ ଉପକରଣ, ଓ ମର୍ଣ୍ଣିଂ ଓ୍ବାକ ପାଇଁ ପାଦଚଲା ଟ୍ରାକ ଉପଲବ୍ଧ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ