ଓଡିଶା

odisha

ETV Bharat / state

ମିଶନ ପାଟକୁରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର - ପାଟକୁରା ନିର୍ବାଚନ

ପାଟକୁରା ବିଜୟ ପାଇଁ କେନ୍ଦ୍ରାପଡାରେ ମାରାଥନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ମବୀନ ପଟ୍ଟନାୟକ । ସେପଟେ ବିଜେଡି ଭୟଭିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଚାର ପାଇଁ ପଠାଇଛି ବୋଲି କହିଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 18, 2019, 4:57 AM IST

କେନ୍ଦ୍ରାପଡା: ପାଟକୁରା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ଲକ୍ଷ ନେଇ ବିଜେଡି ବୁଧବାର ତାର ଶେଷ ଅସ୍ତ୍ର ପ୍ରୟୋଗ କରିଛି । ସେପଟେ ବିଜେପି ଏହି ଶେଷ ଅସ୍ତ୍ରକୁ ପ୍ରଭାବଶୂନ୍ୟ କହିଥିବା ବେଳେ ରାଜନୈତିକ ବାତାବରଣ ସରଗରମ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


ଡେରାବିଶ୍ ବ୍ଲକ ବାରିମୂଳ ପଡ଼ିଆରେ ପହଞ୍ଚିବା ପରେ ସେଠାରୁ ହାଇଟେକ ବସ ମାଧ୍ୟମରେ ନିର୍ବାଚନ ମଣ୍ଡଳୀ ଗସ୍ତକରି ସ୍ଥାନେସ୍ଥାନେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଚିରାଚରିତ ଢଙ୍ଗରେ କେଇଧାଡ଼ି କଥା ଯାହାକୁ ଶୁଣିବା ପାଇଁ ଅପେକ୍ଷା କରିଥିଲେ ଜନସାଧାରଣ । ଅନ୍ୟପକ୍ଷରେ ମଙ୍ଗବାର ବିଜେପି ନେତା ଦାମୋଦର ରାଉତ ମୁଖ୍ୟମନ୍ତ୍ରୀ ବଳଦେବଜୀଉଙ୍କୁ ଦୁଇକୋଟି ଟଙ୍କା ଲାଞ୍ଚ ଦେବା କହିଥିବା ବେଳେ ଆଜି ପ୍ରଚାର ସମୟରେ ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ, ଦାମୋଦର ରାଉତ କ'ଣ ବଳଦେବଜୀଉଙ୍କ ପୁଜାପଣ୍ଡା ବୋଲି ପ୍ରଶ୍ନ କରିଥିଲେ ।


ବୁଧବାର ମୁଖ୍ୟମନ୍ତ୍ରୀ ପାଟକୁରା ଗସ୍ତକୁ ନେଇ ତୀବ୍ର ସମାଲୋଚନା କରିଛି ବିଜେପି । ପାଟକୁରାରେ ବିଜେଡି ପରାଜୟ ନିଶ୍ଚିତ ହେବା ଜାଣି ନିଜେ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଆସିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ବିଜେଡି କେତେ ଭୟଭୀତ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ । ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳରେ ପଞ୍ଚାୟତିରାଜ ମନ୍ତ୍ରୀ ସାରା ଓଡ଼ିଶାରେ ପାଟକୁରା ନିର୍ବାଚନ ମଣ୍ଡଳୀର ୬୫୦ଟି ଗାଁକୁ ସବୁଦିନିଆ ରାସ୍ତା ନଥିବା ଉତ୍ତରକୁ ଧରି ଶାସକ ଦଳକୁ କାଉଣ୍ଟର କରିଛି ବିଜେପି ।

ବିଜେଡି ବିଜେପି କାଦୁଅ ଫିଙ୍ଗାରେ କଂଗ୍ରେସର ନେତା ଦେଖିବାକୁ ମିଳୁନଥିବା ବେଳେ ଗୁରୁବାର ପ୍ରଚାରର ଶେଷଦିନ ସବୁଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details