କେନ୍ଦ୍ରାପଡା: ବଢୁଥିବା କୋଭିଡ ସଂକ୍ରମଣ ଓ ଲୋକମାନଙ୍କ ଗହଳିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶୁଭଲକ୍ଷ୍ମୀ କ୍ରସିଂ ବଜାର କମିଟି ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ଏବଂ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସବୁଠୁ ବଡ଼ ବଜାର ଭାବେ ପରିଚିତ ଦୁହୁରିଆରେ ରାଜ୍ୟ ଏବଂ ଜାତୀୟ ରାଜପଥ ସଂଯୋଗୀକରଣ ଯୋଗୁଁ ଏକାଧିକ ଲୋକଙ୍କ ସମାଗମ ହୋଇଥାଏ । ଏନେଇ କମିଟି ସଦସ୍ୟ ଏକତ୍ରିତ ହୋଇ କଟକ-ଚାନ୍ଦବାଲି ରାସ୍ତା ପାର୍ଶ୍ଵ ବଜାର ମଧ୍ୟରୁ ଆବର୍ଜନା ସଫା କରିବା ସହିତ ଆବର୍ଜନା ପରିଚାଳନା ନେଇ ବ୍ୟବସାୟୀମାନଙ୍କୁ ସଚେତନତା କରିଥିଲେ ।
ସଂକ୍ରମଣ ରୋକିବାକୁ ଦୁହୁରିଆ ବଜାର କମିଟିର ପ୍ରୟାସ: ବାଣ୍ଟିଲେ ମାସ୍କ, କଲେ ସଫେଇ - ସଂକ୍ରମଣ ରୋକିବାକୁ ଦୁହୁରିଆ ବଜାର କମିଟି ପକ୍ଷରୁ ମାସ୍କ ବଣ୍ଟନ
ବଢୁଥିବା କୋଭିଡ ସଂକ୍ରମଣ ଓ ଲୋକମାନଙ୍କ ଗହଳିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶୁଭଲକ୍ଷ୍ମୀ କ୍ରସିଂ ବଜାର କମିଟି ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ଏବଂ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...
ସଂକ୍ରମଣ ରୋକିବାକୁ ଦୁହୁରିଆ ବଜାର କମିଟି ପକ୍ଷରୁ ସଫେଇ ଏବଂ ମାସ୍କ ବଣ୍ଟନ
ସେହିପରି କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଥଚାରୀମାନଙ୍କୁ ମାଗଣା ମାସ୍କ ବଣ୍ଟନ କରାଯାଇଥିଲା । ବାରମ୍ବାର ସାବୁନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ କମିଟି ସଦସ୍ୟମାନେ ଲୋକମାନଙ୍କୁ ସଚେତନ କରାଇଥିଲେ । ବଜାର କମିଟି ସଭାପତି ସୌମ୍ୟ ରଞ୍ଜନ ସାହୁଙ୍କ ନେତୃତ୍ବରେ ବ୍ୟବସାୟୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ