ଓଡିଶା

odisha

ETV Bharat / state

ଶିଶୁ ଦିବସରେ ଶିଶୁ ସୁରକ୍ଷା ନେଇ ଶପଥ ପାଠ

କେନ୍ଦ୍ରାପଡାରେ ଶିଶୁ ସୁରକ୍ଷା ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସାମିଲ । ଶିଶୁମାନଙ୍କ ପ୍ରତି ବଢୁଥିବା ବିପଦକୁ ସମସ୍ତ ସରକାରୀ କର୍ମଚାରୀମାନେ ବିରୋଧ କରିଥିଲା । ଆଗକୁ ପଢନ୍ତୁ...

ଶିଶୁ ସୁରକ୍ଷା ଶପଥ ପାଠ

By

Published : Nov 14, 2019, 11:04 PM IST

କେନ୍ଦ୍ରାପଡା: ଶିଶୁ ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନ ହଲରେ ଏକ ଶିଶୁ ଦିବସ କାର୍ଯ୍ୟକ୍ରମ ଓ ଶିଶୁ ସୁରକ୍ଷା ଶପଥ ପାଠ କରାଯାଇଛି ।

ଶିଶୁ ସୁରକ୍ଷା ଶପଥ ପାଠ

ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ଦ୍ବାରା ଏକ ସୁନ୍ଦର ରାଷ୍ଟ୍ରର ପରିକଳ୍ପନା କରାଯାଇପାରିବ । ଶିଶୁ ହସିଲେ ଦୁନିଆ ହସିବ ବୋଲି ବକ୍ତବ୍ୟ ରଖିଥିଲେ।


ସେହିପରି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଶିଶୁ ସୁରକ୍ଷା ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଶିଶୁମାନଙ୍କ ପ୍ରତି ବଢୁଥିବା ବିପଦକୁ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଦ୍ବାରା ବିରୋଧ କରାଯାଇଥିଲା । ଏହାସହ ଅନେକ ସମୟରେ ଶିଶୁକନ୍ୟାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଅସଦାଚରଣକୁ ବିରୋଧ କରିବେ ବୋଲି କର୍ମଚାରୀ ମାନେ ଶପଥ ନେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details