ଓଡିଶା

odisha

ETV Bharat / state

ଜାଲରେ ପଡିଲା ବିରଳ ଥଣ୍ଟିଆ କୁମ୍ଭୀର, ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ - କେନ୍ଦ୍ରାପଡା ବନବିଭାଗ

କେନ୍ଦ୍ରାପଡା ରେଞ୍ଜରେ ବିରଳ ଥଣ୍ଟିଆ କୁମ୍ଭୀର ଉଦ୍ଧାର । ବନବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ। ଅଧିକ ପଢନ୍ତୁ...

child Crocodile rescue in kendrapda
ଜାଲରେ ପଡିଲା ବିରଳ ଥଣ୍ଟିଆ କୁମ୍ଭୀର,ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

By

Published : Aug 29, 2021, 10:46 PM IST

କେନ୍ଦ୍ରାପଡା: ଜାଲରେ ପଡିଲା ବିରଳ ଥଣ୍ଟିଆ କୁମ୍ଭୀର । କେନ୍ଦ୍ରାପଡା ରେଞ୍ଜ ବନବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ। ଗତକାଲି ବିଳମ୍ବିତ ରାତିରେ ମାଛ ଧରିବାକୁ ଯାଇଥିବା ଯୁବକମାନେ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ।

ଜାଲରେ ପଡିଲା ବିରଳ ଥଣ୍ଟିଆ କୁମ୍ଭୀର,ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତ ସାମଯୋରି ଗ୍ରାମର କିଛି ଯୁବକ ପାଇକା ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ୩ ଫୁଟ ଲମ୍ବର ଏକ ଥଣ୍ଟିଆ କୁମ୍ଭୀର ଶାବକ ଜାଲରେ ପଡିଯାଇଥିଲା। କୁମ୍ଭୀରକୁ ଉଦ୍ଧାର କରି କେନ୍ଦ୍ରାପଡା ରେଞ୍ଜ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। କୁମ୍ଭୀରଟିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡି ଦିଆଯିବ ବୋଲି ବନ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details