ଓଡିଶା

odisha

By

Published : Dec 29, 2020, 7:53 PM IST

ETV Bharat / state

କୋରୋନାରେ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ୫୦ଲକ୍ଷର ଚେକ ପ୍ରଦାନ

କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ଭାଇରସ ଲଢେଇରେ ହାରିଯାଇଥିବା ଦୁଇ ସରକାରୀ କର୍ମଚାରୀଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଅଧିକ ପଢନ୍ତୁ...

କୋରୋନାରେ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ୫୦ଲକ୍ଷର ଚେକ ପ୍ରଦାନ
କୋରୋନାରେ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ୫୦ଲକ୍ଷର ଚେକ ପ୍ରଦାନ

କେନ୍ଦ୍ରାପଡା: କୋଭିଡ ଯୋଦ୍ଧାଙ୍କୁ ସରକାରୀ ସହାୟତା। କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ଭାଇରସ ଲଢେଇରେ ହାରିଯାଇଥିବା ଦୁଇ ସରକାରୀ କର୍ମଚାରୀଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି।

କୋରୋନାରେ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ୫୦ଲକ୍ଷର ଚେକ ପ୍ରଦାନ

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସଦଭାବନା ଗୃହରେ ଆୟୋଜିତ ଏହି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇଥିଲେ। ରାଜନଗର ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ମୃତ୍ୟୁବରଣ କରିଥିବା କନିଷ୍ଠ ଯନ୍ତ୍ରୀ ବିଶ୍ବଭୂଷଣ ଭୂୟାଁ ଓ ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତରେ କାର୍ଯ୍ୟରତ ସମ୍ପ୍ରସାରଣ ଅଧିକାରୀ ପ୍ରଫୁଲ୍ଲ କୁମାର ରାଉତଙ୍କ ପରିବାର ବର୍ଗଙ୍କୁ ଚେକ ପ୍ରଦାନ କରିଛନ୍ତି।

ଏହାସହ ଯେକୌଣସି ସମୟରେ ଏହି ପରିବାର ପ୍ରଶାସନର ସହଯୋଗ କାମନା କଲେ ତୁରନ୍ତ ସେମାନଙ୍କୁ ସହାୟତା ଓ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ, କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲା ଆପଦକାଳୀନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାସହ ଉଭୟ ଯୋଦ୍ଧାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏହି ଦୁଇ ଅମର ବ୍ୟକ୍ତିତ୍ବ ଜିଲ୍ଲା ପ୍ରଶାସନ ପାଇଁ ଅମୂଲ୍ୟ ଥିଲେ ବୋଲି ମତବ୍ୟକ୍ତ କରିଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details