ଓଡିଶା

odisha

ରଥମୋଡ଼ରେ ବିଳମ୍ବ, ଆସନ୍ତାକାଲି ଜନ୍ମବେଦୀକୁ ଯିବେ ଶ୍ରୀଜୀଉ

By

Published : Jul 2, 2022, 10:45 PM IST

ଅଧାବାଟରେ ଅଟକିଗଲା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ । ଆସନ୍ତାକାଲି ଜନ୍ମବେଦୀକୁ ଯିବେ ଶ୍ରୀଜୀଉ । ଅଧିକ ପଢ଼ନ୍ତୁ

ରଥମୋଡ଼ରେ ବିଳମ୍ବ, ଆସନ୍ତାକାଲି ଜନ୍ମବେଦୀକୁ ଯିବେ ଶ୍ରୀଜୀଉ
ରଥମୋଡ଼ରେ ବିଳମ୍ବ, ଆସନ୍ତାକାଲି ଜନ୍ମବେଦୀକୁ ଯିବେ ଶ୍ରୀଜୀଉ

କେନ୍ଦ୍ରାପଡ଼ା : ଅଧାବାଟରେ ଅଟକିଗଲା ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ । ରଥଟଣା ହେବାର ମାତ୍ର ପଚାଶ ମିଟର ପରେ ରଥ ବାମପାର୍ଶ୍ଵକୁ ମାଡିଯାଇ ଫୁଟ୍ ପାଥରେ ଥିବା ଏକ ବିଦ୍ୟୁତ ତାରରେ ଲାଗିଯାଇଥିଲା । ରଥ ଚାଳକଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଏହା ଘଟିଥିବା କହିଛନ୍ତି ମନ୍ଦିର ନିର୍ବାହୀ ଅଧିକାରୀ ।

ରଥମୋଡ଼ରେ ବିଳମ୍ବ, ଆସନ୍ତାକାଲି ଜନ୍ମବେଦୀକୁ ଯିବେ ଶ୍ରୀଜୀଉ

ଅନ୍ୟପଟରେ ସେବାୟତମାନେ କହିଛନ୍ତି ପ୍ରଶାସନର ଅବହେଳା ଓ ଭୁଲ ପରିଚାଳନା ଫଳରେ ଏହି ଘଟଣାରେ ବ୍ରହ୍ମ ତାଳଧ୍ଵଜ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ରଥ ଟଣା ହେବା ପରେପରେ ପ୍ରବଳ ବର୍ଷା ହେବାରୁ ରଥକୁ ପୁନର୍ବାର ଟାଣିନେବା ସମ୍ଭବ ହୋଇନଥିଲା । ଫଳରେ ଆଜି ଦ୍ଵିତୀୟ ଦିନରେ ମଧ୍ଯ ବ୍ରହ୍ମ ତାଳ ଧ୍ଵଜ ମାଉସୀ ମା' ମନ୍ଦିରରେ ପହଁଞ୍ଚି ପାରିନାହିଁ । ତେଣୁ ଆସନ୍ତା କାଲି ପୂର୍ବାହ୍ନରୁ ରଥଟଣା ହୋଇ ମାଉସୀ ମା' ମନ୍ଦିର ନିକଟରେ ପହଁଞ୍ଚିବା ପରେ ଶ୍ରୀଜୀଉମାନେ ସନ୍ଧ୍ୟାରେ ଆଡପ ମଣ୍ଡପକୁ ବିଜେ କରିବେ ବୋଲି କହିଛନ୍ତି ସେବାୟତ ।

ଆଜି ତିନି ଦିଅଁଙ୍କ ସମସ୍ତ ନୀତିକାନ୍ତି ରଥ ଉପରେ ହିଁ ଅନୁଷ୍ଠିତ ହେବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସେବାୟତ, ଦେବୋତ୍ତର କାର୍ଯ୍ୟାଳୟ ଓ ଜିଲ୍ଲାପ୍ରଶାସନର ମିଳିତ ବୈଠକ ସନ୍ଧ୍ୟାରେ ବସିଛି । ରଥଟଣା କାର୍ଯ୍ୟ ଆସନ୍ତାକାଲି କରାଯିବ । ଅନ୍ୟ ପକ୍ଷରେ ରଥ ଟାଣିବାରୁ ବଞ୍ଚିତ ହେବାରୁ ଶ୍ରଦ୍ଧାଳୁ ମାନେ ନିରାଶ ହୋଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details