ଓଡିଶା

odisha

ETV Bharat / state

କେନ୍ଦ୍ରାପଡା ବାତ୍ୟା ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଦଳ

ବାତ୍ୟା ‘ୟାସ୍’ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଦଳ । ଗସ୍ତ ସମୟରେ ରାଜକନିକା ବ୍ଲକରେ ହୋଇଥିବା ପନିପରିବା କ୍ଷୟକ୍ଷତି ଦେଖିବା ସହ ରାଜନଗର ଖୋଳା-ନଳିତାପାଟିଆ ରାସ୍ତାର କ୍ଷତି ଆକଳନ କରିଛନ୍ତି । ଅଧିକ ପଢନ୍ତୁ...

By

Published : Jun 8, 2021, 10:24 AM IST

Updated : Jun 8, 2021, 1:21 PM IST

କେନ୍ଦ୍ରାପଡା ବାତ୍ୟା ଅଞ୍ଚଳ ପରିଦର୍ଶନରେ କେନ୍ଦ୍ରୀୟ ଦଳ,
କେନ୍ଦ୍ରାପଡା ବାତ୍ୟା ଅଞ୍ଚଳ ପରିଦର୍ଶନରେ କେନ୍ଦ୍ରୀୟ ଦଳ,

କେନ୍ଦ୍ରାପଡା: ବାତ୍ୟା ‘ୟସ୍’ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିଥିଲା କେନ୍ଦ୍ରୀୟ ଦଳ । ସକାଳ ୮ଟା ସମୟରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିରୁ ବାହାରି ପ୍ରଥମେ ରାଜକନିକା ବ୍ଲକ ଭାରିଗଦା ଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ହୋଇଥିବା କ୍ଷୟକ୍ଷତି ଆକଳନ କରିଥିଲା ଟିମ୍ । ଏଥିସହ ପୂର୍ବାହ୍ନ 11 ଟାରେ ଡାଙ୍ଗମାଳ ଠାରେ ଥିବା ଅରଣ୍ୟ ନିବାସରେ ପହଞ୍ଚିଥିଲା ଦଳ ।

କେନ୍ଦ୍ରାପଡା ବାତ୍ୟା ଅଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରୀୟ ଦଳ

ଡାଙ୍ଗମାଳ ସ୍ଥିତ ଅରଣ୍ୟ ନିବାସରେ ରହି ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ରାଜନଗର ବ୍ଲକର ତାଳଚୁଆ, ରଙ୍ଗଣୀ, କୃଷ୍ଣନଗର ଆଦି ପଞ୍ଚାୟତ ବୁଲି ସମୀକ୍ଷା କରିଥିଲେ । ରାଜନଗରରେ ପହଞ୍ଚିବା ପରେ ଖୋଳା-ନଳିତାପାଟିଆ ରାସ୍ତା, ବରାଡ଼ିଆରେ କ୍ଷତି ଗ୍ରସ୍ତ ହୋଇଥିବା ବିଦ୍ୟୁତ ବିଭାଗର ଷ୍ଟ୍ରକଚର, ନଳିତାପାଟିଆ ଠାରୁ ତାଳଚୁଆ ଲୁଣା ଘେରିବନ୍ଧ ଆଦି ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିଛନ୍ତି । ଭିତରକନିକାରେ ଥିବା ଅରଣ୍ୟନିବାସରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ବାତ୍ୟା ୧୪ ଦିନ ବିତିଯାଇଥିବାରୁ ଏହାର ସମୀକ୍ଷା ପାଇଁ ପ୍ରଶାସନ ନିକଟରେ ଥିବା ଭିଡିଓ ଫୁଟେଜ ଅଧିକାରୀଙ୍କୁ ଦେଖାଯାଇ ସେମାନଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଯିବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ରାଜସ୍ୱବିଭାଗ, ଜରୁରୀକାଳୀନ ବିଭାଗ, ବିଦ୍ୟୁତ, ଜଳସମ୍ପଦ, ଡ୍ରେନେଜ, ଉଦ୍ୟାନ କୃଷି ପୂର୍ତ୍ତ ଓ ଗ୍ରାମ୍ୟଉନ୍ନୟନର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଶେଷରେ ଖମାରସାହି ନିକଟରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରୁ କେନ୍ଦ୍ରୀୟ ଟିମ୍ ମୟୂରଭଞ୍ଜ ଅଭିମୁଖେ ଯାତ୍ରା କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jun 8, 2021, 1:21 PM IST

ABOUT THE AUTHOR

...view details