ଓଡିଶା

odisha

ETV Bharat / state

ଜାଲ ସାର୍ଟିଫିକେଟ ଦେଇ ହାତେଇଥିଲେ ପୋଷ୍ଟାଲ ଚାକିରୀ, ଅଧିକ୍ଷକ ଦେଲେ ଏତଲା - କେନ୍ଦ୍ରାପଡ଼ା ଡାକ ଡିଭିଜନ୍‌ରେ ଜାଲ ସାର୍ଟଫିକେଟ

ଡାକ ବିଭାଗରେ ଚାକିରୀ ପାଇଁ ନକଲି ବୋର୍ଡ ସାର୍ଟିଫିକେଟ ଦେଇ ଧରାପଡି ଫେରାର ହୋଇଥିବା ଜଣେ ମହିଳାଙ୍କ ପରେ ଏବେ ଆଉ 3ଜଣ ନକଲି ସାର୍ଟିଫିକେଟକୁ ନେଇ ଧରାପଡିଛନ୍ତି । ଅଧିକ ପଢନ୍ତୁ

postal jobs in kendrapara
postal jobs in kendrapara

By

Published : Apr 25, 2023, 8:58 PM IST

postal jobs in kendrapara

କେନ୍ଦ୍ରାପଡା:ଗୋଟିଏ ପରେ ଗୋଟିଏ ନକଲି ସାର୍ଟିଫିକେଟରେ ଅସଲି ଚାକିରୀର ଫିଟୁଛି ଗୁମର। ଡାକ ବିଭାଗରେ ଚାକିରୀ ପାଇଁ ନକଲି ବୋର୍ଡ ସାର୍ଟିଫିକେଟ ଦେଇ ଧରାପଡି ଫେରାର ହୋଇଥିବା ଜଣେ ମହିଳାଙ୍କ ପରେ ଏବେ ଆଉ 3ଜଣ ନକଲି ସାର୍ଟିଫିକେଟକୁ ନେଇ ଧରାପଡିଛନ୍ତି। ମହଙ୍ଗା ପଡ଼ିଲା ଜାଲ ସାର୍ଟିଫିକେଟରେ ଦେଇ ଚାକିରୀ କରିବା ନିଶା। ପୂର୍ବରୁ ଯାଞ୍ଚ ବେଳେ ଧରିପଡ଼ିଥିଲେ ଜଣେ ଆଉ ଏବେ ସାର୍ଟିଫିକେଟ ଯାଞ୍ଚ ପରେ ଚାକିରୀରୁ ବିଦା ହେଲେ ୩ ଜଣ ପୋଷ୍ଟମାଷ୍ଟର। ଯାଞ୍ଚ ବେଳେ ସାର୍ଟିଫିକେଟ ଜାଲ ବୋଲି ଜଣାପଡ଼ିବା ପରେ କେନ୍ଦ୍ରାପଡା ଟାଉନ ଥାନାରେ ମାମଲା ରୁଜ୍ଜୁ ହୋଇଛି।

ତେବେ ପୁଣିଥରେ ଟାଉନ ଥାନା ଅଧିନ କେନ୍ଦ୍ରାପଡ଼ା ଡାକ ଡିଭିଜନ୍‌ରେ ଜାଲ ସାର୍ଟଫିକେଟ ଦେଇ ଚାକିରୀ କରିଥିବା ୩ ଜଣଙ୍କୁ ଚାକିରୀରୁ ବିଦା କରାଯାଇଛି ବୋଲି ଡାକ ଅଧୀକ୍ଷକ ଦେବରାଜ ସେଠୀ ସୂଚନା ଦେଇଛନ୍ତି। ଏହି ଜାଲ ସାର୍ଟଫିକେଟ ମାଧ୍ୟମରେ ଚାକିରୀ କରିଥିବା ସମସ୍ତଙ୍କ ବିରୋଧରେ ଟାଉନ ଥାନାରେ ଏତଲା ଦିଆଯାଇଛି। ଜାଲ ସାର୍ଟଫିକେଟ ଦେଇ ଚାକିରୀ ପାଇଁ ଆବେଦନକାରୀ ଏବଂ ଚାକିରୀ କରିଥିବା ୩ ଜଣଙ୍କୁ ସମ୍ପୂର୍ଣ୍ଣ ବିଦା କରାଯିବା ଘଟଣା ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି l

ଭଦ୍ରକ ଜିଲ୍ଳା ଭଣ୍ଡାରୀପୋଖରୀ ଥାନା କୁଳଣାର ସୋରୋ ଅଞ୍ଚଳର ମାମାଶ୍ରି ଭାରତୀ ଗ୍ରାମୀଣ ଡାକ ସେବକ ଭାବେ କେନ୍ଦ୍ରାପଡା ଜିଲ୍ଲାର ତେଣ୍ଡାକୁଡ଼ା ପୋଷ୍ଟାଲ କାର୍ଯ୍ୟାଳୟରେ ବିପିଏମ ଭାବେ କାର୍ଯ୍ୟ କରୁଥିଲେ l ତାଙ୍କର ମ୍ୟାଟ୍ରିକ ସାର୍ଟିଫିକେଟ ଯାଞ୍ଚ ସମୟରେ ଜାଲ ବୋଲି ଜାଣିବାକୁ ପାଇଛି ବିଭାଗ। ସେ ୨୦୧୯ରେ ଉତ୍ତରପ୍ରଦେଶ ଶାନ୍ତି ନିକେତନ ବିଦ୍ୟାଳୟରୁ ପାସ କରିଥିବା ନେଇ ସାର୍ଟିଫିକେଟ ଡାକ ବିଭାଗରେ ଦାଖଲ କରିଥିଲେ । ଏନେଇ କେନ୍ଦ୍ରାପଡ଼ା ଡାକ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ଭାରତୀଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ଡକାଯାଇଥିଲା । ହେଲେ ମାମାଶ୍ରୀ କାର୍ଯ୍ୟାଳୟ ଗଲେନି କିମ୍ବା କାହା ସହିତ ଯୋଗାଯୋଗରେ ରହିଲେନି ।

ଅନ୍ୟପଟେ ବିଭାଗ ପକ୍ଷରୁ ଇଣ୍ଟରନେଟ ଜରିଆରେ ଭାରତୀଙ୍କ ସମସ୍ତ ସାର୍ଟିଫିକେଟ ଯାଞ୍ଚ ହେବାରୁ ଉତ୍ତରପ୍ରଦେଶରେ ଏହିଭଳି କିଛି ବିଦ୍ୟାଳୟ ନ ଥିବା ଜାଣିବାକୁ ମିଳିଥିଲା। ଏନେଇ ଭାରତୀଙ୍କୁ ଚଳିତମାସ ୨୦ ତାରିଖରେ ଚାକିରୀରୁ ବିଦା କରାଯାଇଛି l ଟାଉନ ଥାନାରେ ଡାକ ଅଧିକ୍ଷକ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଭାରତୀଙ୍କ ବିରୋଧରେ ଏକ ମାମଲା ୧୩୧/୨୩ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି l

ସେହିଭଳି ଅନ୍ୟ ଦୁଇଜଣ ପୋଷ୍ଟ ମାଷ୍ଟର ଜାଲ ସାର୍ଟଫିକେଟ ଦେଇ ଚାକିରୀ କରିଥିବା ନେଇ ଧରାପଡିବା ପରେ ଚାକିରୀରୁ ବିଦା କରାଯାଇଥିବା ଡାକ ଅଧିକ୍ଷକ ସୂଚନା ଦେଇଛନ୍ତି l ପଟ୍ଟାମୁଣ୍ଡାଇ ନରସିଂହପୁରର ଡିହପଡ଼ା ପୋଷ୍ଟାଲ କାର୍ଯ୍ୟାଳୟରେ ଗତ ବର୍ଷ ଅକ୍ଟୋବର ମାସରୁ ବିପିଏମ ଭାବେ କାର୍ଯ୍ୟରତ ସୌମ୍ୟରଞ୍ଜନ ସେଠୀ ଜାଲ ସାର୍ଟଫିକେଟରେ ଚାକିରୀ ଯୋଗୁଁ ବିଦା ହୋଇଛନ୍ତି l ସେହିଭଳି ଚଉଦକୁଲାଟ କଦଳୀବଣ ପୋଷ୍ଟ ଅଫିସରେ ବିପିଏମ ଭାବେ ଗତ ବର୍ଷ ଅକ୍ଟୋବରରୁ କାର୍ଯ୍ୟରତ ପ୍ରସନ୍ନ ସେଠୀଙ୍କୁ ଜାଲ ସାର୍ଟଫିକେଟରେ ଚାକିରୀ କରିଥିବା ନେଇ ଚାକିରୀରୁ ବିଦା କରାଯିବା ସହ ଉଭୟଙ୍କ ବିରୋଧରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଡାକ ଅଧିକ୍ଷକ ସୂଚନା ଦେଇଛନ୍ତି। ତେବେ ସମସ୍ତ ଜାଲ ସାର୍ଟିଫିକେଟଧାରୀ ଏଇ କିଛି ବର୍ଷ ତଳର ସାର୍ଟିଫିକେଟ ପ୍ରଦାନ କରୁଥିବା ବେଳେ ବିଭାଗ କିପରି ଏନେଇ ଜାଣି ପାରିନାହିଁ ସେନେଇ ସନ୍ଦେହ ଉପୁଜୁଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details