ଓଡିଶା

odisha

ETV Bharat / state

ତୁଳସୀ କ୍ଷେତ୍ରରେ ରଥଯାତ୍ରା ସମ୍ପନ୍ନ - BALADEV JEU

ପ୍ରବଳ ବର୍ଷା ସତ୍ତ୍ବେ ତୁଳସୀକ୍ଷେତ୍ରରେ ବେଶ ଆଡମ୍ବରର ସହ ରଥଯାତ୍ରା ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 4, 2019, 11:16 PM IST


କେନ୍ଦ୍ରାପଡା: ପ୍ରସିଦ୍ଧ ବଳଦେବଜୀଉଙ୍କ ଘୋଷଯାତ୍ରା ପାଇଁ ଉତ୍ସବମୁଖର ହୋଇଛି କେନ୍ଦ୍ରାପଡ଼ା । ଜିଲ୍ଲାର ଆରାଧ୍ୟ ଦେବତା ବଳଭଦ୍ର ନିଜ ଭଉଣୀ ସୁଭଦ୍ରା ଓ ଭାଇ ଜଗନ୍ନାଥଙ୍କୁ ଧରି ନଅ ଦିନ ପାଇଁ ମାଉସୀ ଘରକୁ ଯାଇଛନ୍ତି ।

ଆଜି ରଥଯାତ୍ରା ପାଇଁ ପ୍ରଭାତରୁ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜୟମଙ୍ଗଳା ଆଳତୀ, ନୀତିସ୍ନାନ, ବଲ୍ଲଭମଣୋହି, ଖେଚୁଡ଼ିଧୂପ ଆଦି ଚତୁର୍ଦ୍ଧା ମୂର୍ତ୍ତୀଙ୍କ ନିକଟରେ ଲାଗି କରାଯାଇଥିଲା । ପରେ ସେନାପଟା ଲାଗି ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ମଙ୍ଗଳାର୍ପଣ ରୀତି ସେବାୟତଙ୍କ ଦ୍ବାରା ସମାପନ କରାଯାଇଥିଲା । ଅପରାହ୍ନ 3ଟା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡି ପହଣ୍ଡିରେ ମନ୍ଦିରରୁ ନିଆଯାଇ ରଥାରୁଢ କରାଯାଇଥିଲା । ମନ୍ଦିରର ରାଜପୁରୋହିତ ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ପରମ୍ପରା ଅନୁଯାୟୀ ବ୍ରହ୍ମ ତାଳଧ୍ବଜ ରଥକୁ ମାତ୍ର ଗୋଟିଏ ଦଉଡିରେ ଟଣାଯାଇଥାଏ । ଆଜି ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ନିକଟରେ ରଥକୁ ରଖାଯାଇଛି । ସେହିଠାରେ ରଥର ସମସ୍ତ ନୀତିକାନ୍ତି ସମାପନ କରାଯିବ ସହ ଆସନ୍ତାକାଲି ରଥ ଟଣାଯିବ । କଥିତ ଅଛି ଯେ, ବଳଦେବଜୀଉଙ୍କ ରଥରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରି ରଥ ଟାଣିଲେ ସର୍ବ ପାପକ୍ଷୟ ହେବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେଣୁ ଗୁଣ୍ଡିଚା ପରଦିନ ଅର୍ଥାତ ପୁରୀ ରଥ ଟଣାଯିବା ପରଦିନ ରଥ ଟଣାଯାଇ ଚକଡ଼ା ଲଗାଯାଇଥାଏ । ସେହିପରି ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details