କେନ୍ଦ୍ରାପଡା: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍ ଆଉ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଗୋପେଇ-ପଣସୁଆ ପଡା ରାସ୍ତାରେ । ତେବେ ରବିବାର ମଧ୍ୟାହ୍ନରେ କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଗୋପେଇ-ପଣସୁଆ ପଡା ରାସ୍ତାର ବନ୍ଧମୁଣ୍ଡା ଠାରେ ରାସ୍ତାରେ ଚାଲୁଥିବା ଅବସ୍ଥାରେ କାରଟି ହଠାତ୍ ଜଳିଯାଇଥିବା ଦେଖିବାକୁ ମିଳିଛି ।
ସୂଚନାନୁସାରେ, ଜଣେ ଜେଇଙ୍କ ଭୋଜି ଖାଇବା ପାଇଁ ୪ ଜଣ ବ୍ୟକ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରୁ କୁଦାନଗରୀ ଥାନା ନଡିଆବରେଇ ଗାଁକୁ ଆସୁଥିଲେ । ତେବେ କୌଣସି କାରଣରୁ ନାଲି ରଙ୍ଗର ସ୍ୱିଫ୍ଟ ଡିଜାୟାର କାରଟିର ଯାନ୍ତ୍ରିକ ତୃଟି ଯୋଗୁଁ ଗାଡି ଇଞ୍ଜିନରୁ ପ୍ରଥମେ ଧୂଆଁ ବାହାରିଥିଲା । ଗାଡି ଇଞ୍ଜିନରୁ ଧୂଆଁ ବାହାରିବା ଦେଖି ଡ୍ରାଇଭର ଗାଡିଟି ରଖି ଦେଇଥିଲା । ପରେ ସମସ୍ତ ଯାତ୍ରୀ ପ୍ରାଣ ବିକଳରେ ଗାଡିରୁ ବାହାରି ଆସିଥିଲେ । ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଯାତ୍ରୀ । ପରେ ନିଆଁ କାରଟିର ଅନ୍ୟ ଅଂଶକୁ ବ୍ୟାପିଯାଇ ହୁତୁହୁତୁ ହୋଇ ରାସ୍ତା ଉପରେ ହିଁ ଜଳି ଯାଇଥିଲା । ଏହା ଦେଖି ରାସ୍ତା ମଝିରେ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା ।
ଏହାମଧ୍ୟ ପଢନ୍ତୁ:ନାର୍କୋ ଟେଷ୍ଟ ପରେ ଝାରସୁଗୁଡା ଫେରିଲା ଗୋପାଳ, ଆଜି କୋର୍ଟରେ ହେବ ହାଜର