କେନ୍ଦ୍ରାପଡା: ଶହୀଦଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା ଓ ଦୀପଦାନ । ସୋମବାର ରାତିରେ ଚୀନ ସେନା ଭାରତୀୟ ସୀମା(LAC) ଅତିକ୍ରମ କରୁଥିବା ସମୟରେ ଭାରତୀୟ ସେନା ସହିତ ଲଦାଖର ଗଲୱାନ ଭ୍ୟାଲିରେ ହୋଇଥିବା ମୁହାଁମୁହିଁ ପରିସ୍ଥିତି ତଥା ଆକ୍ରମଣ ପ୍ରତିଆକ୍ରମଣରେ 20ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି।
ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା ଓ ଦୀପଦାନ - kendrapada martyres of galvan valley
ଚୀନ ସୀମାରେ ଶହୀଦ ହୋଇଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଭାବ ବିହ୍ଵଳିତ ଭାରତୀୟ ଜନସାଧାରଣ। କେନ୍ଦ୍ରାପଡାର ଜିଲ୍ଲାର ନିକିରାଇ ଥାନା ଅଧିକାରୀ ଓ କର୍ମଚାରୀଙ୍କ ସମେତ ଧୂମାତ ଏବଂ ଇନ୍ଦୁପୁର ପଞ୍ଚାୟତ ଓ କିନ୍ନର ସଂଘ ଶହୀଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରି ମହମବତୀ ଶୋଭାଯାତ୍ରା କରିଛନ୍ତି। ଅଧିକ ପଢନ୍ତୁ...
ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା ଓ ଦୀପଦାନ
ସେହିପରି ଶହୀଦ ଯବାନ ମାନଙ୍କ ଉଦ୍ଦେଶ୍ୟରେ କିନ୍ନର ସଂଘ ମଧ୍ୟ ମହମବତୀ ଶୋଭାଯାତ୍ରା ଓ ଦୀପଦାନ କରିଛନ୍ତି।ସେହିପରି ଶହୀଦ ଯବାନ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଆଜି ସନ୍ଧ୍ୟାରେ ଇଚ୍ଛାପୁରର ବଳଦେବଜୀଉ ମନ୍ଦିର ସମ୍ମୁଖରେ ଏକାଧିକ କିନ୍ନର ମହମବତୀ ଜଳାଇ ଶୋଭାଯାତ୍ରା କରିବା ସହ ଦୀପଦାନ କରିଥିଲେ।ଶୋକସନ୍ତପ୍ତ ପରିବାରକୁ ପ୍ରଭୁ ବଳଦେବଜୀଉ ଏହି ସମୟରେ ସାହସ ଓ ଧୈର୍ଯ୍ୟ ପ୍ରଦାନ କରିବା ସହିତ ଜନ୍ମଭୂମି ପାଇଁ ବୀର ମାନଙ୍କର ଏଭଳି ବଳିଦାନ କେବେ ବ୍ୟର୍ଥ ଯିବନାହିଁ ବୋଲି କହିଛନ୍ତି ସଂଘର ସଭାପତି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ