କେନ୍ଦ୍ରାପଡ଼ା:ପୌର ନିର୍ବାଚନ ପାଇଁ ସରଗରମ କେନ୍ଦ୍ରାପଡ଼ା ସହର । କେନ୍ଦ୍ରାପଡ଼ା ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ପାଇଁ ୪ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ପ୍ରଚାର ମଇଦାନରେ ଜୋରଦାର ଚାଲିଛି ଲଢେଇ । ସାଧାରଣ ନିର୍ବାଚନରେ ସହରର ୨୧ଟି ୱାର୍ଡର ଜନସାଧାରଣ ବିଜେଡି ଅପେକ୍ଷା କଂଗ୍ରେସ ଉପରେ ଅଧିକ ଭରସା କରିଥାନ୍ତି । ତେବେ ଚ଼ଳିତ ନିର୍ବାଚନରେ ଅଧ୍ୟକ୍ଷା ପଦବୀ ପାଇଁ ସିଧାସଳଖ ନିର୍ବାଚ଼ନ ହେଉଥିବାବେଳେ କଂଗ୍ରେସ ଏହାର ପୁରୁଣା ମୁହଁକୁ ପ୍ରାର୍ଥୀ କରାଇଛି ।
କେନ୍ଦ୍ରାପଡ଼ା କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ନିର୍ବାଚନୀ ରଣନୀତି - କେନ୍ଦ୍ରାପଡ଼ା କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥୀର ନିର୍ବାଚନୀ ପ୍ରଚାର
ପୌର ନିର୍ବାଚନ ପାଇଁ ସରଗରମ ସାରା ରାଜ୍ୟ । ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିଛି ତେବେ କେନ୍ଦ୍ରାପଡ଼ା ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀ ପାଇଁ ୪ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ପ୍ରଚାର ମଇଦାନରେ ଜୋରଦାର ଚାଲିଛି ଲଢେଇ । ଅଧିକ ପଢନ୍ତୁ
![କେନ୍ଦ୍ରାପଡ଼ା କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ନିର୍ବାଚନୀ ରଣନୀତି କେନ୍ଦ୍ରାପଡ଼ା କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟାଙ୍କ ନିର୍ବାଚନୀ ରଣନୀତି](https://etvbharatimages.akamaized.net/etvbharat/prod-images/768-512-14745484-thumbnail-3x2-kendrapada.jpg)
କେନ୍ଦ୍ରାପଡ଼ା କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟାଙ୍କ ନିର୍ବାଚନୀ ରଣନୀତି
କେନ୍ଦ୍ରାପଡ଼ା କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟାଙ୍କ ନିର୍ବାଚନୀ ରଣନୀତି
ସୂଚନାନୁସାରେ କଂଗ୍ରେସ ପକ୍ଷରୁ ଗତ ୨୦୧୧ରେ କାଉନସିଲର ପ୍ରାର୍ଥୀ ହୋଇଥିବା ଲକ୍ଷ୍ମୀପ୍ରିୟା ବାରିକଙ୍କୁ ଚଳିତ ନିର୍ବାଚନରେ ଅଧ୍ୟକ୍ଷା ପ୍ରାର୍ଥୀ କରାଯାଇଥିବାବେଳେ ବିଜେଡି ଶାସନର ଦୁର୍ନୀତି ଓ ସହରର ଗଳିକନ୍ଦିରେ ଥିବା ସମସ୍ୟାକୁ ନେଇ ସେ ଲଢେଇ ଆରମ୍ଭ କରିଥିବା କହିଛନ୍ତି। ସାମାନ୍ୟ ବର୍ଷାରେ ସହରର ରାସ୍ତାଘାଟରେ ପାଣି ଉବୁଟୁବୁ ହେବା ସହ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ବିରୋଧରେ ତାଙ୍କର ଏ ଲଢେଇ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥୀ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ