ଓଡିଶା

odisha

ETV Bharat / state

ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ସାମାଜିକ ଗଣମାଧ୍ୟମରେ ଆରମ୍ଭ ହେଲା କ୍ୟାମ୍ପେନ - ସେବାୟତ ଜାଳିବେ ଅଖଣ୍ଡ ଦୀପ

ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରାକୁ ଅନୁମତି ଦାବି କରି ଆସନ୍ତା ସ୍ନାନପୂର୍ଣ୍ଣିମା ଦିନ ବଳଦେବଜୀଉଙ୍କ ସେବାୟତ ଜାଳିବେ ଅଖଣ୍ଡ ଦୀପ । ଏହା ସହ ଜିଲ୍ଲାର କୋଣ ଅନୁକୋଣରେ ରହୁଥିବା ଅଧିବାସୀମାନେ ଏହିଦିନ ଘିଅ ଦୀପ ଜାଳିବା ପାଇଁ ଗତକାଲି(ସୋମବାର) ସେବାୟତ ସମୂହ କରିଥିବା କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇଛି ଜିଲ୍ଲା ବିଜେପି। ଅଧିକ ପଢନ୍ତୁ...

ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ସାମାଜିକ ଗଣମାଧ୍ୟମରେ ଆରମ୍ଭ ହେଲା କ୍ୟାମ୍ପେନ
ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ସାମାଜିକ ଗଣମାଧ୍ୟମରେ ଆରମ୍ଭ ହେଲା କ୍ୟାମ୍ପେନ

By

Published : Jun 22, 2021, 7:51 AM IST

କେନ୍ଦ୍ରାପଡ଼ା: ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରାକୁ ଅନୁମତି ଦାବି କରି ଆସନ୍ତା ସ୍ନାନପୂର୍ଣ୍ଣିମା ଦିନ ବଳଦେବଜୀଉଙ୍କ ସେବାୟତ ଜାଳିବେ ଅଖଣ୍ଡ ଦୀପ । ଏହା ସହ ଜିଲ୍ଲାର କୋଣ ଅନୁକୋଣରେ ରହୁଥିବା ଅଧିବାସୀମାନେ ଏହିଦିନ ଘିଅ ଦୀପ ଜାଳିବା ପାଇଁ ଗତକାଲି(ସୋମବାର) ସେବାୟତ ସମୂହ କରିଥିବା କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇଛି ଜିଲ୍ଲା ବିଜେପି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ଚନ୍ଦ୍ର ପଣ୍ଡା ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତିରେ ସେବାୟତମାନଙ୍କ ଏହି କାର୍ଯ୍ୟକ୍ରମ ଓ ଦେବସ୍ନାନ ପୂର୍ଣ୍ଣିମାରେ ଘରେଘରେ ଘିଅ ଦୀପ ଜାଳିବା ପାଇଁ କେନ୍ଦ୍ରାପଡ଼ା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ବ୍ରହ୍ମ ତାଳଧ୍ୱଜ ରଥଯାତ୍ରା ପାଇଁ ସାମାଜିକ ଗଣମାଧ୍ୟମରେ ଆରମ୍ଭ ହେଲା କ୍ୟାମ୍ପେନ

ଅନ୍ୟପଟେ ରାଜ୍ୟ ଓ ରାଜ୍ୟ ବାହାରେ ବାସ କରୁଥିବା କେନ୍ଦ୍ରାପଡ଼ା ବାସିନ୍ଦା ସାମାଜିକ ଗଣମାଧ୍ୟମ ଯଥା- ଫେସବୁକ, ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ ଓ ଟ୍ବିଟରରେ ନିଜ ଛବିରେ "କୋଭିଡ କଟକଣା ସହ ତୁଳସୀକ୍ଷେତ୍ରରେ ବ୍ରହ୍ମ ତାଳଧ୍ବଜ ରଥ ଗଡୁ, ଏହା ପ୍ରତ୍ୟେକ କେନ୍ଦ୍ରାପଡ଼ିଆଙ୍କ ଦାବି" ବୋଲି ରଥଯାତ୍ରାକୁ ସମର୍ଥନ ଜଣାଇ କ୍ୟାମ୍ପେନ ଆରମ୍ଭ ହୋଇଛି। ଏହି ସାମାଜିକ ଗଣମାଧ୍ୟମ କ୍ୟାମ୍ପେନରେ ଜିଲ୍ଲାର ବୁଦ୍ଧିଜୀବି, ଶିକ୍ଷାବିତ, ରାଜନେତା, ବ୍ୟବସାୟୀ, ଯୁବକ ଓ ଛାତ୍ର ବହୁଳ ଭାବରେ ସାମିଲ ହେଉଥିବା ପରିଲକ୍ଷିତ ହୋଇଛି।

ଏଠାରେ ସୂଚନାଯୋଗ୍ୟ, ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ସେବାୟତମାନେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଭେଟି ଦାବିପତ୍ର ଦେବା ପରେ ସାଂସଦ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥଯାତ୍ରା ପାଇଁ ଚିଠି ଲେଖି ଅନୁମତି ମାଗିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details