ଓଡିଶା

odisha

ETV Bharat / state

ଉପକୃତ ହେବେ ଗ୍ରହଣ ଖଣ୍ଡିଆ ଓ ତାଳୁକଣା ରୋଗୀ - ଶଶୀଭୂଷଣ ମେମୋରିଆଲ ହସ୍ପିଟାଲ

ଆସନ୍ତା ଅଗଷ୍ଟ ୩୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗ୍ରହଣ ଖଣ୍ଡିଆ ଓ ତାଳୁକଣା ରୋଗୀମାନଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ ହେବ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗରୁ ଚିହ୍ନଟ ହୋଇଥିବା ୪୯ ଜଣ ଗ୍ରହଣ ଖଣ୍ଡିଆ ରୋଗୀ ରହିଥିବା ବେଳେ ଆଗରୁ ଅସ୍ତ୍ରୋପଚାର କରାଯାଇଥିବା ୯୧ ଜଣ ରୋଗୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

By

Published : Aug 27, 2019, 11:48 PM IST

କେନ୍ଦ୍ରାପଡା: ଆସନ୍ତା ଅଗଷ୍ଟ ୩୧ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗ୍ରହଣ ଖଣ୍ଡିଆ ଓ ତାଳୁକଣା ରୋଗୀ ମାନଙ୍କ ଚିହ୍ନଟ ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ ଉପସ୍ଥିତ ଯୋଗ୍ୟ ରୋଗୀମାନଙ୍କର ମାଗଣାରେ ଗ୍ରହଣଖଣ୍ଡିଆ ଓ ତାଳୁକଣା ସମସ୍ୟାର ସମାଧାନ ପାଇଁ ମାଗଣାରେ ଅସ୍ତ୍ରୋପଚାର କଟକ ଜିଲ୍ଲାର ବାଲିକୁଦା ଠାରେ ଥିବା ଶଶୀଭୂଷଣ ମେମୋରିଆଲ ହସ୍ପିଟାଲରେ କରାଯିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ସହମତି ଦେଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗରୁ ଚିହ୍ନଟ ହୋଇଥିବା ୪୯ ଜଣ ଗ୍ରହଣ ଖଣ୍ଡିଆ ରୋଗୀ ରହିଥିବା ବେଳେ ଆଗରୁ ଅସ୍ତ୍ରୋପଚାର କରାଯାଇଥିବା ୯୧ ଜଣ ରୋଗୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଏନେଇ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଉର୍ମିଳା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏହାଛଡା ନୂତନ ରୋଗୀ ମାନଙ୍କୁ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ପାଇଁ ଯୋଗ୍ୟ ରୋଗୀ ମାନଙ୍କୁ ଶଶୀଭୂଷଣ ମେମୋରିଆଲ ହସପିଟାଲକୁ ପଠାଯିବ । ଏହି ଅସ୍ତ୍ରୋପଚାରର ସମସ୍ତ ଖର୍ଚ୍ଚ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବହନ କରିବ ବୋଲି ସୂଚନା ରହିଛି । ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ , ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ , ଶଶୀଭୂଷଣ ମେମୋରିଆଲ ହସ୍ପିଟାଲ, କଟକ ଓ ଜିଲ୍ଲା ସ୍ବାଭିମାନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details