କେନ୍ଦ୍ରାପଡା: ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି । ବିରୋଧି ନାଗରିକତା ସଂଶୋଧନ ଆଇନ ବା CAA ବିରୋଧରେ ଯେଉଁ ଅପପ୍ରଚାର ଚଳାଇଛନ୍ତି ତାହାକୁ ନେଇ ଲୋକଙ୍କୁ ସଚେତନ କରାଇବା ଏହି ଶୋଭାଯାତ୍ରାର ଉଦ୍ଦେଶ୍ୟ ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ପଣ୍ଡା ।
କେନ୍ଦ୍ରାପଡାରେ ସିଏଏ ସମର୍ଥନ ରାଲି - ସିଏଏ ସମର୍ଥନ ରାଲି
ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି । ବିରୋଧି ନାଗରିକତା ସଂଶୋଧନ ଆଇନ ବା CAA ବିରୋଧରେ ଯେଉଁ ଅପପ୍ରଚାର ଚଳାଇଛନ୍ତି ତାହାକୁ ନେଇ ଲୋକଙ୍କୁ ସଚେତନ କରାଇବା ଏହି ଶୋଭାଯାତ୍ରାର ଉଦ୍ଦେଶ୍ୟ । ଅଧିକ ପଢନ୍ତୁ...
କେନ୍ଦ୍ରାପଡାରେ ସିଏଏ ସମର୍ଥନ ରାଲି
ଅନ୍ୟପକ୍ଷେ ଏହି ସମ୍ମିଳନୀ ପାଇଁ ବିଜେପିକୁ ଅନୁମତି ଦିଆଯାଇନଥିବା ଅଭିଯୋଗ ହୋଇଥିବା ବେଳେ ବିଶୃଙ୍ଖଳା ଆଶଙ୍କା କରି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ସମର୍ଥନ ଶୋଭାଯାତ୍ରା ତିନିମୁହାଣୀ ରାମ ମନ୍ଦିର ନିକଟରୁ ବାହାରି ଗୋପସ୍ଥିତ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିବାକୁ କାର୍ଯ୍ୟକ୍ରମ ଥିଲା । ମାତ୍ର ପୋଲିସ ପ୍ରଶାସନର ହସ୍ତକ୍ଷେପ ଫଳରେ ଏହାକୁ ସ୍ଥଗିତ ରଖାଯାଇ ତିନିମୁହାଣୀ ଛକ ନିକଟରେ ଏକ ସାଧାରଣ ସଭା କରାଯାଇ ଲୋକମାନଙ୍କୁ CAA ବିଷୟରେ ଅବଗତ କରାଯାଇଥିଲା।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ, ଇଟିଭି ଭାରତ