କେନ୍ଦ୍ରାପଡ଼ା: ଶୋକାକୁଳ ପରିବେଶରେ ଶହୀଦ ଯବାନଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । କେନ୍ଦ୍ରାପଡା ମହାକାଳପଡ଼ା ବ୍ଲକ ଗୌଡବାଡପୁର ଗ୍ରାମର କାର୍ଯ୍ୟରତ ବିଏସ୍ଏଫ ଯବାନ ମାନସ କୁମାର ମହାପାତ୍ରଙ୍କ ୪୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଦେଶ ମାତୃକାର ସେବା କରୁଥିବା ବେଳେ ଗତ କିଛିଦିନ ହେବ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ ।
ମସ୍ତିଷ୍କ କର୍କଟରେ BSF ASIଙ୍କ ଦେହାନ୍ତ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ - କେନ୍ଦ୍ରାପଡ଼ା ଖବର
ଶୋକାକୁଳ ପରିବେଶରେ ଶହୀଦ ଯବାନଙ୍କ ଗାଁ । କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଗାଁ । ଏତେ କମ ବୟସରେ ଯବାନଙ୍କ ଦେହାନ୍ତକୁ ଗ୍ରହଣ କରିପାରୁନାହାନ୍ତି ପରିବାର । ଅଧିକ ପଢ଼ନ୍ତୁ
ମସ୍ତିଷ୍କ କର୍କଟରେ ଚାଲିଗଲା ବିଏସଏଫ ଏଏସଆଇଙ୍କ ଜୀବନ, ଦିଆଗଲା ଗାର୍ଡ ଅଫ ଅନର
ମସ୍ତିଷ୍କ କର୍କଟରେ ଚାଲିଗଲା ବିଏସଏଫ ଏଏସଆଇଙ୍କ ଜୀବନ, ଦିଆଗଲା ଗାର୍ଡ ଅଫ ଅନର
ହେଲେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ମାନସ କୋରାପୁଟ ବିଏସଏଫ ୬୫ରେ ଏଏସଆଇ ରେଡ଼ିଓ ଅପରେଟର ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ମରଶରୀକୁ ବିଏସଏଫ ଅଫିସର ଓ ଯବାନମାନେ ତାଙ୍କ ପୈତୃକ ଗ୍ରାମ ଗୌଡ଼ବାଡପୁରକୁ ଆଣିଥିଲେ । ସେଠାରେ ଗାଁ ମଶାଣୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତୋପ ସଲାମି ଦେଇ ଶେଷକୃତ୍ୟ କରିଥିଲେ। ମାନସଙ୍କ ୭ ବର୍ଷର ପୁଅ ଏମ.ଡି. ମନ୍ମନ ମହାପାତ୍ର ମୁଖାଗ୍ନି ଦେଇଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା