ଓଡିଶା

odisha

ସ୍କୁଟିରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ ଗିରଫ

By

Published : Oct 1, 2020, 7:57 PM IST

ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବାବେଳେ ପତ୍ରପୁର ସେତୁ ନିକଟରୁ ଏକ ସ୍କୁଟିରୁ ୭ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ଆଳି ପୋଲିସ । ଯାହାର ଆନୁମାନିକ ମୂଲ୍ୟ 2 ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଏଥିସହ ସ୍କୁଟି ଏବଂ ବ୍ରାଉନସୁଗାର ବେପାରୀଙ୍କୁ ମଧ୍ୟ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ସ୍କୁଟିରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ
ସ୍କୁଟିରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ

କେନ୍ଦ୍ରାପଡା: ସ୍କୁଟିରୁ 2 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବାବେଳେ ପତ୍ରପୁର ସେତୁ ନିକଟରୁ ଏକ ସ୍କୁଟିରୁ ୭ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଆଳି ପୋଲିସ । ଏଥିସହ ସ୍କୁଟି ଏବଂ ବ୍ରାଉନସୁଗାର ବେପାରୀଙ୍କୁ ମଧ୍ୟ ପୋଲିସ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ସ୍କୁଟିରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ବେପାରୀ ଗିରଫ

ଗିରଫ ବ୍ରାଉନସୁଗାର ବେପାରୀ ଜଣଙ୍କ ରମାକାନ୍ତ ଦାସ ବୋଲି ଜଣାପଡିଛି । ଏହାସହ ତାର ଘର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦକ୍ଷିଣଦିଆ ଗାଁ ବୋଲି ଜଣାପଡିଛି । ସେପଟେ ବ୍ରାଉନସୁଗାର ଚୋରା ଚାଲାଣ ଘଟଣାରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ତାହାର ଟେର୍‌ ପାଉନି ପୋଲିସ । ଏହି ବ୍ରାଉନସୁଗାର କାହା ପାଖକୁ ଯାଉଥିଲା ସେନେଇ ମଧ୍ୟ ପୋଲିସ ସନ୍ଦେହରେ ରହିଛି। ଏହି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details