ଓଡିଶା

odisha

ETV Bharat / state

ସାମାନ୍ୟ ପୋଇ ଗଛ ପାଇଁ ଭାଇ ନେଲା ଭାଇର ଜୀବନ

ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଶେଷରେ ସାନ ଭାଇର ଜୀବନ ନେଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସୋବଳା ଗ୍ରାମରେ । ଅଧିକ ପଢନ୍ତୁ...

By

Published : Jul 3, 2021, 7:54 AM IST

ପୋଇଗଛକୁ ନେଇ ସାନ ଭାଇକୁ ପିଟି ପିଟି ହତ୍ୟା କଲା ବଡଭାଇ
ପୋଇଗଛକୁ ନେଇ ସାନ ଭାଇକୁ ପିଟି ପିଟି ହତ୍ୟା କଲା ବଡଭାଇ

କେନ୍ଦ୍ରାପଡା: ଜମିବାଡ଼ି ବିବାଦକୁ ନେଇ ପରିବାର ମଧ୍ୟରେ ଲଙ୍କାକାଣ୍ଡ । ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଶେଷରେ ସାନ ଭାଇର ଜୀବନ ନେଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସୋବଳା ଗ୍ରାମରେ ।

ପୋଇଗଛକୁ ନେଇ ସାନ ଭାଇକୁ ପିଟି ପିଟି ହତ୍ୟା କଲା ବଡଭାଇ

ସୋବଳା ଗ୍ରାମର ଦୁଇ ଭାଇ ସୁରେନ୍ଦ୍ର ସାମଲ ଓ ରାଜେନ୍ଦ୍ର ସାମଲ । ଦୁଇଭାଇଙ୍କ ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଗୁରୁବାର ସାମାନ୍ୟ ଜାଗାରେ ପୋଇ ଗଛ ଲଗାଇବା ନେଇ ବିବାଦ ଉଗ୍ରରୂପ ନେଇଥିଲା ।

ବଡଭାଇ ସୁରେନ୍ଦ୍ର ସାମଲ ତାଙ୍କ ପୁଅ ଓ ସ୍ତ୍ରୀ ଉତକ୍ଷିପ୍ତ ହୋଇ ସାନଭାଇ ରାଜେନ୍ଦ୍ରକୁ ଏକ ଚେୟାର ସାହାଯ୍ୟରେ ମରଣାତ୍ମକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ରାଜେନ୍ଦ୍ରଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ରାଜେନ୍ଦ୍ରଙ୍କ ସ୍ତ୍ରୀ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସୁରେନ୍ଦ୍ର, ତାଙ୍କ ପୁଅ ଓ ସ୍ତ୍ରୀ ଫେରାର ଥିବା ଜଣାପଡିଛି । ଅନ୍ୟପଟେ ବାପାର ମୃତ୍ୟୁକୁ ନେଇ ନ୍ୟାୟ ଦାବି କରିବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜେନ୍ଦ୍ରଙ୍କ ଝିଅ ଉଷାରାଣୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details