କେନ୍ଦ୍ରାପଡ଼ା:ଜିଲ୍ଲାର ମାର୍ଶାଘାଇ ଥାନା ଜାତୀୟ ରାଜପଥ କ୍ରସିଂ ଛକ ନିକଟରେ ଗତ ରବିବାର ବିଳମ୍ବିତ ରାତିରେ ସ୍ଥାନୀୟ ଏକ ହୋଟେଲ ଉପରକୁ ବୋମାମାଡ ହୋଇଥିଲା । ଏହି ଘଟଣାରେ ପୋଲିସ 3 ଜଣଙ୍କୁ ମଙ୍ଗଳବାର ଗିରଫ କରିଛି । ଏନେଇ ଏସପି ମଦକର ସନ୍ଦୀପ ସମ୍ପଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବୋମାମାଡ଼ ଘଟାଇଥିବା ଅପରାଧୀମାନେ ମାର୍ଶାଘାଇ ଥାନା ହିନ୍ଦୁଳିଆ ଗ୍ରାମର କୁନା ଓରଫ ସୁଶୀଲ କୁମାର ମଲ୍ଲିକ, ପାଟକୁରା ଥାନା ପୋତାରି ଗାଁର ମୁନା ଓରଫ ମନୋଜ ନାୟକ ଓ ଜଗା ଓରଫ ଜଗନ୍ନାଥ ଦାସ ବୋଲି ଜଣାପଡ଼ିଛି । ଏହି ଅପରାଧୀମାନେ ଏକ ନୀଳ ରଙ୍ଗର ଆପାଚି ଗାଡିରେ ଆସି ହୋଟେଲ ମାଲିକଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ ୨ଟି ବୋମାମାଡ କରି ଫେରାର ହୋଇଯାଇଥିଲେ ।