କେନ୍ଦ୍ରାପଡ଼ା: ଜିଲ୍ଲାରେ ଖୋଲିଲା ଦେଶର ଦ୍ଵିତୀୟ ବମ୍ବେ ମାର୍ଟ ଫ୍ୟାଶନ ମଲ । କେନ୍ଦ୍ରାପଡ଼ା ନୂଆ ବସଷ୍ଟାଣ୍ଡ ନିକଟରେ ବମ୍ବେ ମାର୍ଟକୁ ଶାରୀରିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ମାଲିକ ମଦନ ପାୱାର ଏହାର ଉଦଘାଟନ କରିବା ସହ ସବୁଠୁ କମ ମୂଲ୍ୟରେ ଏଠାରେ ସାମଗ୍ରୀ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ।
ଅପରପକ୍ଷରେ ସେଲିବ୍ରିଟି ମାନଙ୍କ ଦ୍ଵାରା ଅନେକ ମଲ ଉଦଘାଟନ ହେବାର ନଜିର ରହିଥିବା ବେଳେ ଓଡିଶା ବାହାରର ଲୋକ ହୋଇ ମଧ୍ୟ ସେଲିବ୍ରିଟିଙ୍କ ବଦଳରେ ଦିବ୍ୟାଙ୍ଗଙ୍କ ହାତରେ ଏଭଳି ଉଦଘାଟନକୁ ପ୍ରଶଂସା କରାଯାଇଛି ।