ଓଡିଶା

odisha

ETV Bharat / state

ବିଳମ୍ବିତ ରାତିରେ ମୁସଲମାନ ବସ୍ତିରେ ବୋମାମାଡ଼, କାରଣ ଅସ୍ପଷ୍ଟ - କେନ୍ଦ୍ରାପଡ଼ାରେ ବୋମାମାଡ଼

ବିଳମ୍ବିତ ରାତିରେ ଘର ଉପରକୁ ବୋମାମାଡ଼ । ତେବେ ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇନଥିବା ପୋଲିସର ସୂଚନା । ବୋମାମାଡ଼ର କାରଣ ଅସ୍ପଷ୍ଟ ।

Bom attacked in Muslim basti of kendrapara
ବିଳମ୍ବିତ ରାତିରେ ମୁସଲମାନ ବସ୍ତିରେ ବୋମାମାଡ଼

By

Published : Dec 16, 2019, 9:34 AM IST

କେନ୍ଦ୍ରାପଡ଼ା: ବିଳମ୍ବିତ ରାତିରେ ଘର ଉପରକୁ ବୋମାମାଡ଼ । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥାନା ଅଞ୍ଚଳରେ । ସୂଚନା ଅନୁସାରେ ରବିବାର ରାତି ୧.୧୫ ରେ ବାଲିଆ ମୁସଲମାନ ବସ୍ତିର ଅମୀର ଖାନଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଛି।

ବିଳମ୍ବିତ ରାତିରେ ମୁସଲମାନ ବସ୍ତିରେ ବୋମାମାଡ଼


ଘଟଣାସ୍ଥଳରେ ଦୁଇଟି ଜୀବନ୍ତ ଗୁଳି ପଡିଥିବା ସହିତ କିଛି ସୁତୁଲି ଓ ଦିଆସିଲି କାଠି ପଡିଥିବା ଦେଖିବାକୁ ମିଳିଛି । ତେବେ ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ କିଏ ଓ କାହିଁକି ଏପରି ବୋମାମାଡ଼ ଘଟାଇଛି, ସେନେଇ ତଦନ୍ତ ଆରମ୍ଭ କରିଛି ଡେରାବିଶ୍ ପୋଲିସ। ପୋଲିସର ସାଇଣ୍ଟିଫିକ ଟିମ ଆସି ପହଞ୍ଚିବା ପରେ ଘଟଣା ସମ୍ବନ୍ଧରେ ଆହୁରି କିଛି ସୂଚନା ମିଳିପାରିବ ବୋଲି ସୂଚନା ଦେଇଛନ୍ତି ଡେରାବିଶ୍ ଥାନା ଅଧିକାରୀ ଉମାକାନ୍ତ ନାୟକ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details