ଓଡିଶା

odisha

ETV Bharat / state

ବ୍ରାହ୍ମଣୀ ନଦୀରେ ଯାତ୍ରା ଆରମ୍ଭରୁ ବୁଡିଲା ଡଙ୍ଗା, ଉଦ୍ଧାର କାର୍ଯ୍ୟ ଜାରି

ଆଳି ଓ ରାଜନଗର ବ୍ଳକକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀରେ ବୁଡିଲା ଡଙ୍ଗା । ଧନଜୀବନ ହାନି ନେଇ ସୂଚନା ମିଳିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ

By

Published : Feb 8, 2023, 1:44 PM IST

ବ୍ରାହ୍ମଣୀ ନଦୀରେ ବୁଡିଲା ଡଙ୍ଗା
ବ୍ରାହ୍ମଣୀ ନଦୀରେ ବୁଡିଲା ଡଙ୍ଗା

ବ୍ରାହ୍ମଣୀ ନଦୀରେ ବୁଡିଲା ଡଙ୍ଗା

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ଅଧୀନ କେରଡ଼ାଗଡ଼ରେ ଅଘଟଣ । ଯାତ୍ରା ଆରମ୍ଭରୁ ବୁଡିଲା ଡଙ୍ଗା । ଆଳି ଓ ରାଜନଗର ବ୍ଳକକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀରେ ଘଟିଛି ଏହି ଅଘଟଣ । ଗାଡି ଗୁଡିକ ବୁଡି ଯାଇଥିବା ବେଳେ ଗାଡି ସହ ଯାତ୍ରୀଙ୍କୁ ଉଦ୍ଧାର କରିବା ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ସ୍ଥାନୀୟ ଲୋକେ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ପାଚେରୀ ନିର୍ମାଣକୁ ବିରୋଧ ପ୍ରସଙ୍ଗ, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ

ଆଜି ମଧ୍ୟାହ୍ନରେ ଆଳି ବ୍ଲକ ନଳପାଇରୁ ରାଜନଗର ବ୍ଲକ ଏକମାଣିଆକୁ ଏକ ଯାତ୍ରୀବାହୀ ଡଙ୍ଗା ଆସୁଥିବା ବେଳେ ଯାତ୍ରା ଆରମ୍ଭ କରିବା ସମୟରେ କୌଣସି ଏକ ପଦାର୍ଥ ଡଙ୍ଗାରେ ଲାଗିଥିଲା । ତେବେ ଡଙ୍ଗା ଚାଳକ ଓ ସହାୟକ ଡଙ୍ଗାଟିକୁ ଜୋରରେ ଠେଲି ଦେବାରୁ ଡଙ୍ଗାଟି ବୁଡି ଯାଇଥିବା କୁହାଯାଇଛି । ତେବେ ଡଙ୍ଗାରେ ରହିଥିବା ଗାଡିଗୁଡିକ ବ୍ରାହ୍ମଣୀ ନଦୀରେ ବୁଡି ଯାଇଛି । ତେବେ ଏହି ଅଘଟଣରେ ଯାତ୍ରୀମାନଙ୍କର କୌଣସି ଅଘଟଣ ହୋଇନଥିବା ନେଇ ସୂଚନା ରହିଛି । ଯାତ୍ରୀମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ଜାରି ରହିଥିବା ବେଳେ ଗାଡି ଓ ଯାତ୍ରୀ ଉଭୟଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ସ୍ଥାନୀୟ ଲୋକେ।

ଏହା ମଧ୍ୟ ପଢନ୍ତୁ: Repo Rate Hike: ଆହୁରି ମହଙ୍ଗା ହେବ ଋଣ, ୨୫ ବେସିସ୍ ପଏଣ୍ଟ ବଢିଲା ରେପୋ ରେଟ୍

ପ୍ରକାଶଥାଉକି, ଗତ ଜାନୁଆରୀ ୧୦ ତାରିଖ ଦିନ ଗୋହିରା ଜଳଭଣ୍ଡାରରେ ଡଙ୍ଗା ବୁଡି ଯାଇଥିଲା । ଏହି ଅଘଟଣରେ ଜଣେ ବ୍ୟକ୍ତି ବୁଡି ଯାଇଥିଲେ । ତିଳେଇବଣି ବ୍ଲକର ଗୋହିରା ଡ୍ୟାମ ଅପରପାର୍ଶ୍ବରେ ଥିବା ଖଳିନାଳୀ ଗ୍ରାମକୁ ଡଙ୍ଗାରେ ଯାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଗ୍ରାମରେ ହେବାକୁ ଥିବା ନାମଯଜ୍ଞ ପାଇଁ ମାଟି ପାତ୍ର ବରାଦ ଦେବାକୁ ଖଡିନାଳି ଗ୍ରାମକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ଫଳରେ ତିଲେଇବଣୀ ବ୍ଲକ ଅନ୍ତର୍ଗତ ବରଘାଟ ଗ୍ରାମର ନିଳାମ୍ବର ସ୍ବାଇଁ ବୁଡି ଯାଇଥିଲେ ।

ପରିବାର ଲୋକଙ୍କ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ସୁଦ୍ଧା ପତ୍ତା ମିଳିନଥିଲା । ପରିବାର ଲୋକେ ନିରାଶ ହେବାପରେ ସ୍ଥାନୀୟ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ଟିମ ମଧ୍ୟ ଖୋଜାଖୋଜି କରିଥିଲେ । ତେବେ ଅଗ୍ନିଶମ ବାହିନୀକୁ ଡଙ୍ଗା ଓ ଜାଲ ମିଳିଥିବା ବେଳେ ତାଙ୍କର କୌଣସି ପତ୍ତା ମିଳିପାରିନଥିଲା । ଏହାପରେ ଓଡ୍ରାଫ ଟିମ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details