ଓଡିଶା

odisha

ETV Bharat / state

ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟସେବା ଯୋଗାଇବ ବୋଟ ଆମ୍ବୁଲାନ୍ସ - ମାତୃ ମୃତ୍ୟୁହାର କମ

ଦୁର୍ଗମ ଅଞ୍ଚଳରେ ସୁଗମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୁପ୍ତି ଘାଟ ଠାରେ ଆଜି ଶୁଭାରମ୍ଭ ହୋଇଛି ବୋଟ ଆମ୍ବୁଲାନ୍ସ ।

boat ambulance service inugurated at kendrapara
ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟସେବା ଯୋଗାଇବ ବୋଟ ଆମ୍ବୁଲାନ୍ସ

By

Published : Oct 8, 2020, 9:20 PM IST

କେନ୍ଦ୍ରାପଡ଼ା: ଦୁର୍ଗମ ଅଞ୍ଚଳରେ ସୁଗମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୁପ୍ତି ଘାଟରେ ଆଜି ଶୁଭାରମ୍ଭ ହୋଇଛି ବୋଟ ଆମ୍ବୁଲାନ୍ସ । ବୋଟ ଆମ୍ବୁଲାନ୍ସକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଶୁଭାରମ୍ଭ କରିଛନ୍ତି ।

ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟସେବା ଯୋଗାଇବ ବୋଟ ଆମ୍ବୁଲାନ୍ସ

ଏହି ବୋଟ ଆମ୍ବୁଲାନ୍ସ ସେବାରେ ୭ଟି ପଞ୍ଚାୟତର ୫୦ହଜାରରୁ ଊର୍ଦ୍ଧ୍ୱ ଲୋକେ ଉପକୃତ ହୋଇପାରିବେ। ମାତୃ ମୃତ୍ୟୁହାର କମାଇବା ପାଇଁ ଏହି ବୋଟ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି ବୋଲି କୁହାଯାଇଛି । ଏହି ବୋଟ ଆମ୍ବୁଲାନ୍ସ, ଦୁର୍ଗମ ଅଞ୍ଚଳରେ କୌଣସି ଅସୁସ୍ଥ ବ୍ୟକ୍ତିଙ୍କ ଖବର ପାଇବା ମାତ୍ରେ, ନଦୀ ଭିତରେ କ୍ଷୀପ୍ର ଗତିରେ ଯାଇ ରୋଗୀକୁ ନଦୀ ପାର କରାଇବାରେ ସହାୟକ ହେବ ।

ଏହି ଆମ୍ବୁଲାନ୍ସ ମଧ୍ୟରେ ରୋଗୀମାନଙ୍କ ପାଇଁ ଅକ୍ସିଜେନ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ବୋଟ ଆମ୍ବୁଲାନ୍ସ ଲାଗିବା ପାଇଁ ୩ଗୋଟି ଫ୍ଲୋଟିଙ୍ଗ ଜେଟି ମଧ୍ୟ କରାଯାଇଛି । ଗୁପ୍ତି ଜେଟିକୁ ବେସ ଲାଇନ ରଖାଯାଇଥିବାବେଳେ ଜୁନୁସନଗର, ଗୁମରାଘାଟ ଏବଂ କୋଠି ଘାଟ ଠାରୁ ରୋଗୀମାନଙ୍କୁ ଆଣି ଗୁପ୍ତି ପ୍ରାଇମେରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛଡାଯିବ ବୋଲି ସୂଚନା ଦେଇଛନ୍ତି ଡାକ୍ତର ରଶ୍ମିରଞ୍ଜନ ମହାନ୍ତି ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details