କେନ୍ଦ୍ରାପଡା:ବିଶୃଙ୍ଖଳିତ କର୍ମୀଙ୍କ ବିରୋଧରେ ବିଜେପିର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଦଳବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦା ହେଲେ ୬ ଜଣ ବିଜେପି କର୍ମୀ । ବିଜେପିର ରାଜ୍ୟ ମିଡିଆ ସେଲ ପକ୍ଷରୁ ବହିଷ୍କାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୬ ଜଣ ବିଶୃଙ୍ଖଳା ଆଚରଣ କରୁଥିବା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି ।
ବହିଷ୍କୃତ ବିଜେପି କର୍ମୀଙ୍କ ମଧ୍ୟରେ ଦଳର ଦୁଇ ଜଣ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରହିଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଜେପି ମିଡିଆ ସେଲ୍ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି ।