କେନ୍ଦ୍ରାପଡ଼ା:ବିବାଦ ପରେ ବିବାଦରେ ଛନ୍ଦି ହେଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । କେତେବେଳ ପାରିବାରିକ ବିବାଦକୁ ନେଇ ତ କେତେବେଳେ ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସବୁବେଳେ ବିବାଦରେ ରହି ଆସିଛନ୍ତି ଅନୁଭବ ମହାନ୍ତି । ବର୍ତ୍ତମାନ ସେ ପାଇଥିବା ଡକ୍ଟରେଟ ଉପାଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧି । ଆମେରିକା ଇଣ୍ଟର୍ନ୍ୟାସନାଲ୍ ୟୁନିଭର୍ସିଟିରୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସାହିତ୍ୟରେ ସମ୍ମାନଜନକ ଡକ୍ଟରେଟ ପୁରସ୍କାର ଓ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷାକାରୀ ପୁରସ୍କାର ୨୦୨୧ ପାଇଥିବା ଆଲୋଚନା ହୋଇଥିଲା ।
ଅନୁଭବଙ୍କ ଡକ୍ଟରେଟ ଉପାଧି ବିବାଦ, ପ୍ରଶ୍ନ ଉଠାଇଲା BJP - ସାଂସଦ ଅନୁଭବ ମହାନ୍ତିଙ୍କୁ ପ୍ରଶ୍ନ କଲା ବିଜେପି
ବିବାଦ ପରେ ବିବାଦରେ ଛନ୍ଦି ହେଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବର୍ତ୍ତମାନ ସେ ପାଇଥିବା ଡକ୍ଟରେଟ ଉପାଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧି । ଅଧିକ ପଢ଼ନ୍ତୁ
ଅନୁଭବଙ୍କୁ ଡକ୍ଟରରେଟ୍ ଉପାଧି ପାଇଥିବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏହାପରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବିଜେପି । ପୂର୍ବରୁ ନିଜର ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ଏବେ ଡକ୍ଟରେଟ୍ ଡିଗ୍ରୀ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି ବିଜେପି । ସାଂସଦ ଅନୁଭବ ମହାନ୍ତିଙ୍କ ବାପା ମିଥ୍ୟା ପ୍ରମାଣ ପତ୍ର ଦେଇ ଚାକିରିରେ ପଦୋନ୍ନତି ନେଇଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ଅଭୟ ମହାନ୍ତିଙ୍କ ପଦୋନ୍ନତି ବାତିଲ କରାଯାଇଥିଲା ।
କେନ୍ଦ୍ରାପଡ଼ା ଏକ ସମ୍ବେଦନଶୀଳ ରାଜନୈତିକ ସ୍ଥାନ । ଏଭଳି ସ୍ଥିତିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କିପରି ଏଭଳି ଜଣେ ନାଟକବାଜ ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ରାପଡ଼ାରେ ପ୍ରାର୍ଥୀ କରାଇଲେ ବୋଲି ପ୍ରଶ୍ନ କରିଛି ବିଜେପି । ସାଂସଦ ଅନୁଭବ ସବୁବେଳେ କିଛି ନା କିଛି ବିବାଦକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି । ଏହା ତାଙ୍କ ବ୍ୟକ୍ତିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଡକ୍ଟରରେଟ୍ ଉପାଧି ନେଇ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି ।