ଓଡିଶା

odisha

ETV Bharat / state

ଦିବ୍ୟଶଙ୍କରଙ୍କ ଗିରଫ ପାଇଁ ସ୍ବର, ବିଜେପିର ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ - BJP protest on demanding Divyashkar's arrest

ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇ ଜେଲ ଯାଇଥିବା ବେଳେ ଗୋବିନ୍ଦର ଘନିଷ୍ଠ କୁହାଯାଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଗିରଫ ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଅଡ଼ି ବସିଛନ୍ତି ଦୁଇ ପ୍ରମୁଖ ବିରୋଧି ଦଳ ବିଜେପି ଓ କଂଗ୍ରେସ। ଅଧିକ ପଢନ୍ତୁ...

ମହାକାଳପଡ଼ାରୁ ଦିବ୍ୟଶଙ୍କରଙ୍କ ଗିରଫ ସ୍ବର, ବିଜେପିର ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ
ମହାକାଳପଡ଼ାରୁ ଦିବ୍ୟଶଙ୍କରଙ୍କ ଗିରଫ ସ୍ବର, ବିଜେପିର ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ

By

Published : Nov 2, 2021, 1:55 PM IST

କେନ୍ଦ୍ରାପଡା: କଳାହାଣ୍ଡି ସନସାଇନ ବିଦ୍ୟାଳୟ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇ ଜେଲ ଯାଇଥିବା ବେଳେ ଗୋବିନ୍ଦର ଘନିଷ୍ଠ କୁହାଯାଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଗିରଫ ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଅଡ଼ି ବସିଛନ୍ତି ଦୁଇ ପ୍ରମୁଖ ବିରୋଧି ଦଳ ବିଜେପି ଓ କଂଗ୍ରେସ।

ମହାକାଳପଡ଼ାରୁ ଦିବ୍ୟଶଙ୍କରଙ୍କ ଗିରଫ ସ୍ବର, ବିଜେପିର ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ

ଗତ ଶନିବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦକୁ ସଫଳ କରାଯାଇଥିବା ବେଳେ ସୋମବାର ଦିନ ଦିବ୍ୟଙ୍କୁ ଗିରଫ କରିବା ପାଇଁ ମହାକାଳପଡ଼ା ଥାନା ଘେରିଛି ବିଜେପି। ଏନେଇ ବିଜେପି ନେତା ବିଜୟ ପ୍ରଧାନଙ୍କ ନେତୃତ୍ବରେ ଶହଶହ କର୍ମୀ ଏକ ପଦଯାତ୍ରା କରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ଏଯାବତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରୁନାହାନ୍ତି କିମ୍ବା ତାଙ୍କୁ ଗିରଫ କରାଯାଉନାହିଁ ବୋଲି ବିଜେପି ପ୍ରଶ୍ନ ଉଠାଇଛି।

ତେବେ ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଗିରଫ କରାନଗଲେ ବିଜେପି ଆଇନ ଅମାନ୍ୟ କରିବ ବୋଲି ଚେତାବନୀ ଦେଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details