କେନ୍ଦ୍ରାପଡା:ପୋଲିସ ବର୍ବରତା ବିରୋଧରେ ବିଜେପିର ସାମ୍ବାଦିକ ସମ୍ମିଳନୀ। ମାର୍ଶାଘାଇ ଥାନା ସମ୍ମୁଖରେ ବିଜେପି ନେତା ସୌଭାଗ୍ୟ ପରିଡାଙ୍କ ଦ୍ୱାରା ଶୁକ୍ରବାର ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ବଦଳରେ ମାଡ଼ ମାରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା କେନ୍ଦ୍ରାପଡା ମାର୍ଶାଘାଇ ଆଇଆଇସିଙ୍କ ମନମାନୀ ବିରୋଧରେ ଗର୍ଜିଥିଲା ବିଜେପି।
ଏହା ମଧ୍ୟ ପଢନ୍ତୁ-MLA ଲ୍ୟାଡ ଟଙ୍କାରେ ବିଜେପି କର୍ମୀଙ୍କ ପାଚେରୀ ନିର୍ମାଣ କରିଛନ୍ତି ଦେବଗଡ ବିଧାୟକ: ବିଜେଡି
ବିଜେପି ନେତା ସୌଭାଗ୍ୟ ପରିଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାର୍ଶାଘାଇ ଥାନାର ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସାଧାରଣ ଲୋକଙ୍କୁ ବିନା କାରଣରେ ମାଡ ମାରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ସାଧାରଣ ଲୋକମାନେ ଥାନାରୁ ନ୍ଯାୟ ପାଇବା ବଦଳରେ ଆଇଆଇସିଙ୍କ ଆକ୍ରୋଶର ଶିକାର ହେଉଥିଲେ। ମାସ ମାସ ଧରି ଏଭଳି ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ଏସପି ନିଦାବିଷ୍ଣୁ ସାଜି ଆଇଆଇସିଙ୍କ ଏଭଳି ମନମାନୀକୁ ସହ୍ୟ କରି ଆସୁଛନ୍ତି। ଏମିତିକି ଆଇଆଇସିଙ୍କ ଆକ୍ରମଣ ଶିକାର ହୋଇଥିବା ଲୋକେ ଏସପିଙ୍କୁ ଲିଖିତ ଅଭିଯୋଗ କରୁଥିଲେ ହେଁ ଏନେଇ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା।
ଏହା ମଧ୍ୟ ପଢନ୍ତୁ-ସବୁକଥାରେ ମିଛ ଗପୁଥିବା ପୃଥ୍ବୀରାଜଙ୍କୁ ଲୋକେ ଜୋକର ଭାବୁଛନ୍ତି: ଇପ୍ସିତା