କେନ୍ଦ୍ରାପଡ଼ା:ପ୍ରଧାନମନ୍ତ୍ରୀଙ୍କୁ ଅପମାନ ଶବ୍ଦ ପ୍ରୟୋଗ ବିରୋଧରେ ପ୍ରତିବାଦ କଲା କେନ୍ଦ୍ରାପଡ଼ା ନଗର ବିଜେପି । ଜଟଣୀ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବିରୋଧରେ ଜିଲ୍ଲା ନଗର ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି । ସୁରଙ୍କ ବିଧାୟକ ପଦବୀକୁ ରଦ୍ଦ କରାଯିବା ପାଇଁ ବିଜେପି ଦାବି କରିଥିବାବେଳେ ଟାଉନ ଥାନାରେ ତାଙ୍କ ନାଁରେ ଏତଲା ହୋଇଛି ।
ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ପ୍ରୟୋଗ ବିରୋଧରେ ସୁରଙ୍କ ନାଁରେ ଏତଲା - ବିଧାୟକ ସୁରଙ୍କ ନାଁରେ ଏତଲା
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଜଟଣୀ ବିଧାୟକ ସୁର ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ କରି ବିଜେପି ଥାନାରେ ଏତଲା ଦେଇଛି । ଅଧିକ ପଢନ୍ତୁ
ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ପ୍ରୟୋଗ ବିରୋଧରେ ସୁରଙ୍କ ନାଁରେ ଏତଲା
ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ ପ୍ରୟୋଗ ବିରୋଧରେ ସୁରଙ୍କ ନାଁରେ ଏତଲା
ଜିଲ୍ଲା ନଗର ବିଜେପି ସଭାପତି ଦିଲ୍ଲୀପ ଦାଶଙ୍କ ନେତୃତ୍ବରେ ଦଳର କର୍ମୀମାନେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ବିରୋଧ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରାପଡା ସାନ୍ତସାହି ଛକ ଠାରେ ସୁରେଶଙ୍କ କୁଶପୁତ୍ତଳିକା ଦାହ କରିବା ସହ କଂଗ୍ରେସ ବିରୋଧରେ ନାରା ବାଜି କରିଛି ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 'ଚାହା ବିକାଳୀର ପୁଅ' ଏଭଳି ଆହୁରି ଅନେକ କଟୁ କଥା କହି ଅପମାନ କରିଛନ୍ତି ବୋଲି ଅଭଯୋଗ ଆଣିଛି ବିଜେପି । ତେଣୁ ସୁର ରାଉତରାୟଙ୍କ ବିଧାୟକ ପଦବୀକୁ ରଦ୍ଦ କରାଯିବା ସହ ଦେଶବାସୀଙ୍କ ନିକଟରେ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେପି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା
Last Updated : Jul 30, 2022, 7:36 PM IST