କେନ୍ଦ୍ରାପଡ଼ା:ତ୍ରିସ୍ତରୀୟ ପଞ୍ଚାୟତ ଲଢେଇକୁ ନେଇ ସରଗରମ ହେଲାଣି ଗାଁ ରାଜନୀତି । ନିର୍ବାଚନ ପାଇଁ ଆଜି(ମଙ୍ଗଳବାର) ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା ଆସିବାକୁ ଥିବାବେଳେ ପଦବୀ ହାତେଇବାକୁ ଚାଲିଛି ପ୍ରତିଦ୍ବନ୍ଦିତା । ବିଭିନ୍ନ ରାଜନୈତିକ ଦଳ ନିଜର ବିଜୟକୁ ନେଇ ଦମ୍ଭ ଦେଖାଉଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବାକୁ ଦୃଢୋକ୍ତି ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି । ଏଭଳି ଏକ ଦୃଢ଼ ଲକ୍ଷ୍ୟ ନେଇ ଜିଲ୍ଲାର ୩୨ଟି ଜୋନରେ ପ୍ରାର୍ଥୀ ଚୟନ କରାଯାଇଥିବା ଇଟିଭି ଭାରତର 'ପଞ୍ଚାୟତ ଟକ୍କର' କାର୍ଯ୍ୟକ୍ରମରେ କହିଛନ୍ତି କେନ୍ଦ୍ରାପଡ଼ା ବିଜେପି ସଭାପତି କିଶୋର କୁମାର ପଣ୍ଡା ।
କେନ୍ଦ୍ରାପଡାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବ ବିଜେପି: ଜିଲ୍ଲା ସଭାପତି
କେନ୍ଦ୍ରାପଡାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବ ବିଜେପି । ଏଭଳି ଦୃଢୋକ୍ତି ପ୍ରକାଶ କଲେ କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି । ଅଧିକ ପଢନ୍ତୁ
ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୧୦ଟି ଆସନ ହାତେଇ ପ୍ରମୁଖ ବିରୋଧୀ ଆସନରେ ବସିଥିବା ବିଜେପି ଚଳିତ ପଞ୍ଚାୟତ ନିର୍ବାଚନରେ ମ୍ୟାଜିକ ନମ୍ବର ୧୭ରୁ ଉର୍ଦ୍ଧ୍ବ ଆସନରେ ବିଜୟୀ ହେବ । ବିଜୁ ଜନତା ଦଳର ଦୁର୍ନୀତି, ଭ୍ରଷ୍ଟାଚାର, ଲୋକାଭିମୁଖି ଯୋଜନାର ହଡପ ଆଦି ପ୍ରସଙ୍ଗକୁ ନେଇ ପ୍ରାର୍ଥୀମାନେ ଭୋଟରଙ୍କ ପାଖରେ ପହଞ୍ଚିବେ ଓ ନିଶ୍ଚୟ ବିଜୟୀ ହେବ ବୋଲି ଆଶା ରଖିଛି ବିଜେପି । ଜିଲ୍ଲାର ଖରସ୍ରୋତା ଜଳବିବାଦ, ମେଡିକାଲ କଲେଜ ,ବିଶ୍ୱବିଦ୍ୟାଳୟ ମାନ୍ୟତା ଆଦିକୁ ମୁଦ୍ଦା କରି ଏବଂ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନାର ପ୍ରଚାର କରି ପାର୍ଟି ଅଧିକରୁ ଅଧିକ ଆସନ ଦଖଲ କରିବା ସହ ଡିଜିଟାଲ ମିଡିଆରେ ପ୍ରଚାର କରି ସଫଳତା ପାଇବା ପାଇଁ ଲକ୍ଷ୍ୟ ରଖିଥିବା 'ପଞ୍ଚାୟତ ଟକ୍କର' କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରକାଶ କରିଛନ୍ତି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ