ଓଡିଶା

odisha

ETV Bharat / state

ତୁଳସୀକ୍ଷେତ୍ରରେ ରଥଯାତ୍ରା ପାଇଁ ବିଜେପିର ଧାରଣା - ରଥଯାତ୍ରା ପାଇଁ ବିଜେପିର ଦାବି

କେନ୍ଦ୍ରାପଡା ତୁଳସୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ କରିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ୨ ଘଣ୍ଟିଆ ଗଣଧାରଣା । ଅଧିକ ପଢନ୍ତୁ...

ତୁଳସୀକ୍ଷେତ୍ରରେ ରଥଯାତ୍ରା ପାଇଁ ବିଜେପିର ଧାରଣା
ତୁଳସୀକ୍ଷେତ୍ରରେ ରଥଯାତ୍ରା ପାଇଁ ବିଜେପିର ଧାରଣା

By

Published : Jun 18, 2021, 2:25 PM IST

କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ କରିବା ଦାବିରେ ଆଜି(ଶୁକ୍ରବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ୨ ଘଣ୍ଟିଆ ଗଣଧାରଣା ଦିଆଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ କେବଳ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯିବ ନାହିଁ । ତେବେ କେନ୍ଦ୍ରାପଡ଼ାରେ ପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ ନଗଡିଲେ ଏହା କେନ୍ଦ୍ରାପଡ଼ାର ଜନସାଧାରଣଙ୍କ ଧର୍ମୀୟ ଭାବନାକୁ ଶକ୍ତ କୁଠାରଘାତ ସଦୃଶ ହେବ ବୋଲି ଆନ୍ଦାଳନକାରୀ କହିଛନ୍ତି ।

ତୁଳସୀକ୍ଷେତ୍ରରେ ରଥଯାତ୍ରା ପାଇଁ ବିଜେପିର ଧାରଣା

ବାର୍ଷିକ ନୀତିକାନ୍ତିର ଅଂଶବିଶେଷ ଭାବରେ ନିଜ ବଡ଼ଦାଣ୍ଡରେ ରଥଯାତ୍ରା କେବଳ ପୁରୀ ଶ୍ରୀଜଗନ୍ନାଥଙ୍କ ନୁହେଁ ବରଂ କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ମଧ୍ୟ ସମାନ ପରମ୍ପରା ସମ୍ପାଦନ ହୋଇଥାଏ । ଗତବର୍ଷ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟ ପରିବର୍ତ୍ତନ କରି ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନୀତିକାନ୍ତିକୁ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯାହା ସଫଳତାର ସହ ସମ୍ପନ୍ନ ହୋଇଥିଲା । ତେବେ ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ରଥଯାତ୍ରା ବିନା ଭକ୍ତରେ କୋଭିଡ କଟକଣା ମଧ୍ୟରେ ହେବାରେ ଅସୁବିଧା ନାହିଁ ବୋଲି କହିଛନ୍ତି ବିଜେପି ନେତା ।

କେନ୍ଦ୍ରାପଡ଼ା ଏକ ଭାଇଚାରାର ଜିଲ୍ଲା ଭାବରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ରଥଯାତ୍ରାକୁ ସ୍ବାଗତ କରୁଛି । ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ନିମନ୍ତେ ନିଷେଧାଦେଶକୁ ରାଜ୍ୟ ସରକାରଙ୍କ ଦ୍ବାରା ପୁନଃବିଚାର କରି କୋଭିଡ ଗାଇଡଲାଇନ ଅନୁଯାୟୀ କେବଳ ପୂଜକ, ସେବାୟତମାନଙ୍କ ଦ୍ବାରା ରଥଯାତ୍ରା ସମ୍ପାଦନ ପାଇଁ ଅନୁମତି ପ୍ରଦାନ କରାଯାଉ । ନିର୍ମାଣ କାର୍ଯ୍ୟ ବନ୍ଦ କରାଇଥିବା ବ୍ରହ୍ମ ତାଳଧ୍ବଜ ରଥର ନିର୍ମାଣ କାର୍ଯ୍ୟ ଜାରି ରଖି ପୂର୍ଣ୍ଣାଙ୍ଗ କରିବା ପାଇଁ ଆଦେଶ ପ୍ରଦାନ ଦାବି କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଜେପି ନେତାମାନେ ଧାରଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details