ଓଡିଶା

odisha

ETV Bharat / state

ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ବିଜେପିର ଆନ୍ଦୋଳନ ଚେତାବନୀ - ବିଜେପି ଫୋକସରେ ସମବାୟ ସମିତିର ଦୁର୍ନୀତି

ବିଜେପି ସମବାୟ ସମିତିର ସଂଯୋଜକଙ୍କ ନେତୃତ୍ବରେ ଚଣ୍ଡୀଆଗଡିଠାରେ ବୈଠକ । ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଅଧିକ ପଢନ୍ତୁ

ସମବାୟ ସମିତିର ଦୁର୍ନୀତି
ସମବାୟ ସମିତିର ଦୁର୍ନୀତି

By

Published : Nov 17, 2022, 2:32 PM IST

କେନ୍ଦ୍ରାପଡ଼ା: ଜିଲ୍ଲାର ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଏନେଇ ବିଜେପି ସମବାୟ ସମିତିର ସଂଯୋଜକ ତଥା ବରିଷ୍ଠ ନେତା ବ୍ରଜ ଭୂୟାଁଙ୍କର ଅଧ୍ୟକ୍ଷତାରେ ଆଳିରେ ନିର୍ବାଚନ ମଣ୍ଡଳୀସ୍ତରୀୟ ସମବାୟ ସମିତିର ଏକ ବୈଠକ ଚଣ୍ଡୀଆଗଡି ଠାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀର ୭ଟି ଜୋନରେ ସଂଯୋଜକ ନିଯୁକ୍ତି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସମବାୟ ସମିତିରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବାନୀ ଦିଆଯାଇଛି ।

ସମବାୟ ସମିତିର ଦୁର୍ନୀତି

ଏହା ମଧ୍ୟ ପଢନ୍ତୁ:National Epilepsy Day: ଅଛୁଆଁ ରୋଗ ନୁହେଁ ଅପସ୍ମାର, ରୋଗୀଙ୍କୁ ବଢାନ୍ତୁ ସହାୟତାର ହାତ

ସୂଚନାଅନୁସାରେ, ଆଳି-କନିକାରେ ଥିବା PACS ଗୁଡିକରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ସମ୍ପର୍କରେ ହେଉଥିବା ନେଇ ବୈଠକରେ ଆଲୋଚନା ହୋଇଛି । ଏହା ସହିତ ବିଭିନ୍ନ ସମବାୟ ସମିତିରେ ଥିବା ସଭାପତି ଓ ସମ୍ପାଦକ ଶାସକ ଦଳର ଲୋକମାନଙ୍କୁ ଥଇଥାନ କରାଯିବା ସହିତ ନିର୍ବାଚନରେ ସମବାୟ ଟଙ୍କା ଖର୍ଚ୍ଚ ହେଉଥିବାକୁ ନେଇ ବିଜେପି କର୍ମୀ ବିଷୋଦଗାର କରିଛନ୍ତି । ବିଶେଷ କରି ଚାଷୀର ଖାତା ଗୁଡିକ ଚାଷୀଙ୍କୁ ନଦେଇ ସମବାୟ କର୍ମଚାରୀମାନେ ରଖୁଥିବା କଥା ବୈଠକରେ ଆଲୋଚନା ହୋଇଥିବାବେଳେ ଆଗାମୀ ଦିନରେ ଏହା ବିରୁଦ୍ଧରେ ଜନ ଆନ୍ଦୋଳନ କରାଯିବାକୁ ବିଜେପି ନେତା ବ୍ରଜ ଭୂୟାଁ ଘୋଷଣା କରିଥିଲେ।

ଉକ୍ତ ବୈଠକରେ ଜିଲ୍ଲା ବିଜେପି ଉପ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ଶଶାଙ୍କ ସେଠି, ବରିଷ୍ଠ ବିଜେପି ନେତା ବୈକୁଣ୍ଠ ପରିଡାଙ୍କ ସହିତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଏନେଇ ଜିଲ୍ଲା ବିଜେପି ସମବାୟ ସମିତି ସଂଯୋଜକ କହିଛନ୍ତି," ସମବାୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଳି ନିର୍ବାଚନ ମଣ୍ଡଳୀରେ ସମବାୟ ବିଭାଗରେ ୨୭ଟି PACS ରହିଛି । ସେଠାରେ ବ୍ୟାପକ ଦୁର୍ନିତି ଚାଲିଛି । ଆଗାମୀ ଦିନରେ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଯୋଗାଇବା ସହ ସମବାୟରୁ କେମିତି ଦୁର୍ନୀତି ହଟାଇହା ସେନେଇ ଆଲୋଚନା କରାଯାଇଛି । ଆଗାମୀ ଦିନରେ ଆମେ ପ୍ରତ୍ୟେକ ଜୋନ୍‌ ପାଇଁ କୋଡିନେଟର ନିଯୁକ୍ତି କରୁଛୁ । ସମବାୟ ବିଭାହର କେମିତି ଉନ୍ନତି ହୋଇପାରିବ ସେନେଇ ବିଶେଷ ଧ୍ୟାନ ଦେବୁ ।"

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details