ଓଡିଶା

odisha

କେନ୍ଦ୍ରାପଡାରେ କଳା ଦିବସ ପାଳିତ

By

Published : Jun 25, 2022, 6:23 PM IST

୧୯୭୫ ମସିହା ଆଜିର ଦିନରେ ଦେଶରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଜି କେନ୍ଦ୍ରାପଡ଼ା ବିଜେପି କଳା ଦିବସ ଭାବେ ପାଳନ କରିଛି । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ କଳା ଦିବସ ପାଳିତ
କେନ୍ଦ୍ରାପଡାରେ କଳା ଦିବସ ପାଳିତ

କେନ୍ଦ୍ରାପଡା: ୧୯୭୫ ମସିହା ଆଜିର ଦିନରେ ତତକଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥତି ଘୋଷଣା କରିଥିଲେ । ସେତେବେଳେ ବିରୋଧୀଙ୍କୁ ବନ୍ଦୀ କରାଯିବା ସହ ଗଣମାଧ୍ୟମର କଣ୍ଠରୋଧ କରିବା ଏବଂ ସାମ୍ବିଧାନିକ ବ୍ୟବସ୍ଥାକୁ ଅଚଳ ମଧ୍ୟ କରିବା ପାଇଁ ସେ ପ୍ରୟାସ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କର ଏଭଳି ନିଷ୍ପତ୍ତିକୁ ଆଜି କଳାଦିବସ (Black day) ରୂପେ ପାଳନ କରିଛି ବିଜେପି ।

କେନ୍ଦ୍ରାପଡାରେ କଳା ଦିବସ ପାଳିତ

କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ବରେ କଳା ଦିବସ ପାଳନ କରାଯାଇଛି । 1975 ମସିହା ଜୁନ 25ରେ ଏହି ଏମର୍ଜେନ୍ସିକୁ ବିରୋଧ କରି ଜେଲ ଦଣ୍ଡ ଭୋଗିଥିବା ଜିଲ୍ଲାର କିଛି ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଜିଲ୍ଲା ବିଜେପି ତରଫରୁ ଉତ୍ତରୀୟ ତଥା ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିବାବେଳେ ଇତିହାସ କେବେ ଏହି ଏମର୍ଜେନ୍ସି ଘୋଷଣାକୁ କ୍ଷମା ଦେଇନାହିଁ କି ଦେବନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ବିଜେପିର ବରିଷ୍ଠ କର୍ମୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details