ଓଡିଶା

odisha

ETV Bharat / state

କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ, ପ୍ରତି ବ୍ଲକରେ ଧାରଣା - କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ୯ଟି ବ୍ଲକ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । କେନ୍ଦ୍ର ସରକାର ଗରିବମାରଣ ନୀତି ଅବଲମ୍ବନ କରୁଥିବା କହି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ବିଜେଡି । ଅଧିକ ପଢ଼ନ୍ତୁ

କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ
କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ

By

Published : Feb 17, 2023, 11:58 AM IST

କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ବିକ୍ଷୋଭ

କେନ୍ଦ୍ରାପଡ଼ା: ନବ ଦାସ ହତ୍ୟାକାଣ୍ଡ ଓ ଚାଉଳ ତାତିକୁ ନେଇ ତେଜୁଛି ରାଜନୀତି । ଗୋଟିଏ ପଟେ ବିଜେପି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଗୁରୁବାର କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ସମ୍ମୁଖରେ କେନ୍ଦ୍ର ସରକାର ଗରିବ ମାରଣ ନୀତି ଅବଲମ୍ବନ କରୁଥିବା କହି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ବିଜେଡି ।

ଗୁରୁବାର ମଧ୍ୟାହ୍ନରୁ କେନ୍ଦ୍ରାପଡା, ଆଳି, ରାଜକନିକା, ରାଜନଗର, ପଟ୍ଟାମୁଣ୍ଡାଇ, ଡେରାବିଶ୍, ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ସମ୍ମୁଖରେ ବିଜେଡିର ନେତୃମଣ୍ଡଳୀ ଓ କର୍ମୀ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ଅପରାହ୍ନରେ ଗରଦପୁର ବ୍ଲକ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ଡେରାବିଶ୍ ବ୍ଲକ ବିଜେଡି ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନ ସଭାରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଅବସରରେ ସେ କହିଛନ୍ତି କି, "କେନ୍ଦ୍ର ସରକାର ଯେଉଁ ଗରିବ ମାରଣ ନୀତି ଅବଲମ୍ବନ କରୁଛନ୍ତି, ତାହାକୁ ବିଜେଡି ବିରୋଧ କରୁଛି । ଶୃଙ୍ଖଳିତ ଢଙ୍ଗରେ ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ଫେରାଇ ନେବା ଉଚିତ । ନଚେତ ଆଗାମୀ ଦିନରେ ସାରା ରାଜ୍ୟର ଲୋକେ ସମ୍ମିଳିତ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ।"

ସେହିପରି ଡେରାବିଶ୍ ବ୍ଳକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ଲୋକଟି ପାଇଁ ମାସିକ ୫ କିଲୋ ଅତିରିକ୍ତ ଚାଉଳ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ପ୍ରତ୍ୟାହାର କରିନେବା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ଏପରି ହେଲେ ଗରିବ ପରିବାରର ସମସ୍ତ ସଦସ୍ୟ ଖାଇବା ସମ୍ଭବ ହେବନାହିଁ । ଅନ୍ୟପଟେ କୃଷକ ଠାରୁ ଧାନ କିଣିବା ପାଇଁ ମଧ୍ୟ କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ।" ଏହାର ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି ଦେବାଶିଷ ଆଚାର୍ଯ୍ୟ ।

ଅନେକ ସମୟରେ ରାଜ୍ୟ ପ୍ରଗତିଶୀଳ ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ । ଖଣି, ରେଳ, ଯୋଗାଯୋଗ ଓ ପାଣିରେ ରାଜସ୍ବ କେନ୍ଦ୍ର ସରକାରଙ୍କୁ ଦେଉଥିବାବେଳେ କେନ୍ଦ୍ର ସରକାର ରାଜ୍ୟର ନ୍ୟାର୍ଯ୍ୟ ହକ୍‌କୁ ଅଣଦେଖା କରୁଥିବା ଅଭିଯୋଗ କରିଛି ବିଜେଡି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details