ଓଡିଶା

odisha

ETV Bharat / state

MP ଅନୁଭବଙ୍କ ଚିଠି ନେଇ କ’ଣ କହିଲା ବିଜେଡି ସଂଖ୍ୟାଲଘୁ ସେଲ ? - ଚିଠି ଲେଖି ସମାଲୋଚିତ

କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ଚିଠି ଲେଖି ସମାଲୋଚିତ ହୋଇଥିବା ଅନୁଭବଙ୍କୁ ସମର୍ଥନ କରିଛି ବିଜେଡି ସଂଖ୍ୟାଲଘୁ ସେଲ । ଅଧିକ ପଢନ୍ତୁ...

ସାଂସଦ ଅନୁଭବଙ୍କ ପାଇଁ ମୁହଁ ଖୋଲିଲା ବିଜେଡି ସଂଖ୍ୟାଲଘୁ ସେଲ
ସାଂସଦ ଅନୁଭବଙ୍କ ପାଇଁ ମୁହଁ ଖୋଲିଲା ବିଜେଡି ସଂଖ୍ୟାଲଘୁ ସେଲ

By

Published : Jun 18, 2021, 6:15 PM IST

କେନ୍ଦ୍ରାପଡ଼ା: ଚର୍ଚ୍ଚା ଓ ବିବାଦ ଘେରରେ ଛନ୍ଦି ହୋଇପଡିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ଚିଠି ଲେଖି ସମାଲୋଚିତ ହୋଇଥିବା ଅନୁଭବଙ୍କ ପାଇଁ ମୁହଁ ଖୋଲିଛି ବିଜେଡ଼ି ସଂଖ୍ୟାଲଘୁ ସେଲ । ତାଙ୍କ ଚିଠିକୁ ଭୁଲ ଅର୍ଥରେ ନିଆଯାଉଛି ବୋଲି ସେଲ ପକ୍ଷରୁ ସଫେଇ ଦିଆଯାଇଛି ।

ସାଂସଦ ଅନୁଭବଙ୍କ ପାଇଁ ମୁହଁ ଖୋଲିଲା ବିଜେଡି ସଂଖ୍ୟାଲଘୁ ସେଲ

କେନ୍ଦ୍ରାପଡା ଜିଲ୍ଲାକୁ ମାଇନରିଟି କମ୍ୟୁନିଟି ଡିଷ୍ଟ୍ରିକ୍ଟ(MCD)ର ମାନ୍ୟତା ଦେବା ପାଇଁ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ସାଂସଦ ଅନୁଭବ ଚିଠି ଲେଖିଥିଲେ । ଏହାପରେ ତାଙ୍କୁ ସମାଲୋଚନା କରାଯାଇଥିବା ବେଳେ ବିଜେଡି ସଂଖ୍ୟାଲଘୁ ସେଲ ତାଙ୍କ ସମର୍ଥନରେ ଛିଡା ହୋଇଛି । ସାଂସଦ ଅନୁଭବଙ୍କ ଚିଠିକୁ ଭୁଲ ଅର୍ଥରେ ନିଆଯାଉଛି ବୋଲି ସେଲ ସଫେଇ ଦେଇଛି । ସେହିପରି ଗଜପତି, ରାୟଗଡା, ଭଦ୍ରକ, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ମାଇନରିଟିମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରଦାନ ପାଇଁ ଦାବି କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ୩.୪୯ ପ୍ରତିଶତ ହୋଇଥିବା ବେଳେ ସାଂସଦ କେଉଁ ପରିସ୍ଥିତିରେ ଏଭଳି ଚିଠି ଲେଖିଲେ ସେନେଇ ଦ୍ଵନ୍ଦ୍ବ ଉପୁଜିଥିବା ବେଳେ ଆଜି (ଶୁକ୍ରବାର) ପୁରୁଣା ମଟରଷ୍ଟାଣ୍ଡ ନିକଟରେ ସଂଖ୍ୟାଲଘୁ ସେଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ସଫେଇ ଦିଆଯାଇଛି । ତେବେ ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନବାଣରେ ସମ୍ମିଳନୀ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଖରୁ କୌଣସି ସନ୍ତୋଷଜନକ ଉତ୍ତର ବା ସାଂସଦଙ୍କ ପ୍ରତିକ୍ରିୟା ନେଇ କୌଣସି ସୂଚନା ମିଳିପାରିନଥିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details