ଓଡିଶା

odisha

ETV Bharat / state

BJD Foundation Day: BJD ଦଳ ନୁହେଁ ସାମୂହିକ ଆନ୍ଦୋଳନ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ିର ୨୬ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ( bjd foundation day) । ଅଧିକ ପଢନ୍ତୁ

bjd foundation day in rajnagar
BJD ପ୍ରତିଷ୍ଠା ଦିବସ

By

Published : Jan 11, 2023, 5:49 PM IST

BJD ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡା:26 ବର୍ଷରେ ପାଦ ଥାପିଛି ବିଜୁ ଜନତା ଦଳ । ଗତମାସ ୨୬ ତାରିଖରେ ପୁରୀରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଏହା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜୁ ଜନତା ଦଳ। କେନ୍ଦ୍ରାପଡ଼ା ଜିଲ୍ଲାର ୫ଟିରୁ ୪ଟି ନିର୍ବାଚନ ମଣ୍ଡଳୀରେ ଶେଷ ହୋଇଛି ପ୍ରତିଷ୍ଠା ଦିବସ । ଏହି କ୍ରମରେ ମଙ୍ଗଳବାର ରାଜନଗର ନିର୍ବାଚନ ମଣ୍ଡଳୀର ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ପଟ୍ଟାମୁଣ୍ଡାଇରେ ପାଳନ କରାଯାଇଛି ।

ଏହି ପ୍ରତିଷ୍ଠା ଦିବସରେ ବଡ଼ଚଣା ବିଧାୟକ ଅମର ଶତପଥୀ, ବାଙ୍କୀ ବିଧାୟକ ଦେବୀପ୍ରସନ୍ନ ତ୍ରିପାଠୀ, ଭଣ୍ଡାରି ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା ପ୍ରମୁଖ ଯୋଗଦେଇ ଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରତିଷ୍ଠା ଦିବସ ମାଧ୍ୟମରେ ଶକ୍ତି ପଦର୍ଶନ କରୁଛି । ପଟ୍ଟାମୁଣ୍ଡାଇରେ ପ୍ରତିଷ୍ଠା ଦିବସରେ ଉପସ୍ଥିତ ଅତିଥିମାନେ ବିଜୁ ଜନତା ଦଳକୁ କିଭଳି ଆଗାମୀ ଦିନରେ ଆହୁରି ଅଧିକ ମଜଭୁତ କରାଯିବ ସେ ନେଇ ବକ୍ତବ୍ୟ ରଖିଥିଲେ । ଏହି ପ୍ରତିଷ୍ଠା ଦିବସରେ ରାଜନଗର ନିର୍ବାଚନ ମଣ୍ଡଳୀର ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିବା ବେଳେ ବିଧାୟକ ଧ୍ରୁବ ସାହୁ ଏହି ପ୍ରତିଷ୍ଠା ଦିବସରେ ସଭାପତିତ୍ବ କରିଥିଲେ ।

ଏହା ବି ପଢନ୍ତୁ...ଐତିହାସିକ ଶିଶୁପାଳ ଗଡ ସୁରକ୍ଷା ମାମଲା, ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ

କାର୍ଯ୍ୟକ୍ରମରେ ଯୋଗଦେଇବଡ଼ଚଣା ବିଧାୟକ ଅମର ଶତପଥୀ କହିଛନ୍ତି, ଏଭିଳି ଏକ ସମାବେଶ ବିଜେଡିକୁ ଲୋକ କେତେ ସମର୍ଥନ କରୁଛନ୍ତି ଏହି ସଭା ସଙ୍କେତ ଦେଉଛି । ନବୀନ ପଟ୍ଟନାୟକ ନେତୃତ୍ବ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ବଳରେ ପାହାଚ ପାହାଚ ଚଢୁଛି ବିଜେଡି । ଏହି ଦୁଇ କାର୍ଯ୍ୟ ବିଜେଡିକୁ ସଫଳତା ଦେଉଛି । ସେହିପରି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି, ବିଜେଡି କେତେ ପ୍ରଭାବୀଶାଳୀ ତାହା ଏହି ସଭାରୁ ଜଣାପଡୁଛି । ବିଜେଡି କେବଳ ଏକ ରାଜନୈତିକ ଦଳ ହୋଇ ନାହିଁ ଏହା ଏକ ସାମୁହିକ ଦଳ ହୋଇଥିବା କହିଛନ୍ତି ରାଜନଗର ବିଧାୟକ ଧ୍ରୁବ ସାହୁ ।

ସୂଚନାଯୋଗ୍ୟ, ଜିଲ୍ଲାର ଏହି ରାଜନଗର ଆସନରୁ ଅତୀତରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବିଜୟୀ ହୋଇଥିବା ବେଳେ ସ୍ବର୍ଗତ ନଳିନୀ ମହାନ୍ତି ଏହି ଆସନରୁ ବହୁଥର ଭିନ୍ନଭିନ୍ନ ଦଳରୁ ବିଜୟୀ ହୋଇଛନ୍ତି । ତେବେ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଅଲେଖ ଜେନା, ୨୦୧୪ରେ କଂଗ୍ରେସ ଦଳରୁ ନଳିନୀ ମହାନ୍ତିଙ୍କ ସୁପୁତ୍ର ଅଂଶୁମାନ ମହାନ୍ତି ବିଜୟୀ ହୋଇଥିବା ବେଳେ ୨୦୧୯ରେ ବିଜେଡି ଟିକେଟରୁ ଏହି ଆସନରୁ ଧ୍ରୁବ ସାହୁ ବିଜୟୀ ହୋଇଛନ୍ତି । ତେବେ ପ୍ରତ୍ୟେକ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବଦଳାଉଥିବା ବିଜେଡି ୨୦୨୪ ନିର୍ବାଚନରେ କେଉଁ ଷ୍ଟ୍ରାଟେଜି ଆପଣାଇବ ସେନେଇ ସମସ୍ତଙ୍କ ଅପେକ୍ଷା ରହିଥିବା ବେଳେ ନିଜ ଲୋକପ୍ରିୟତାକୁ ରାଜ୍ୟ ନେତୃବୃନ୍ଦ ଖାସ କରି ବିଜେଡି ସଭାପତିଙ୍କ ଦୃଷ୍ଟିକୁ ଆଣିବା ପାଇଁ ଧ୍ରୁବଙ୍କର ଏହି ପ୍ରୟାସ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

ଏହା ବି ପଢନ୍ତୁ...ବିଜୁ ପଟ୍ଟନାୟକଙ୍କ ସ୍ମୃତି ନେଇ ଓଡିଶା ଫେରୁଛି ଡାକୋଟା ବିମାନ

ABOUT THE AUTHOR

...view details