କେନ୍ଦ୍ରାପଡା: ପାଟକୁରା ନିର୍ବାଚନରେ ଟଙ୍କା ବାଣ୍ଟୁଛି ବିଜେଡି । ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଲୋଭିତ କରୁଛି । ଆଜି(ଗୁରୁବାର) ଏପରି କିଛି ଅଭିଯୋଗ ଆଣି ବିଜେଡି ଉପରେ ବର୍ଷିଥିଲେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ତେବେ ଏହାକୁ ଖଣ୍ଡନ କରିବା ସହ ଏ କାମ କେବଳ ବିଜେପି ଓ କଂଗ୍ରେସ କରନ୍ତି ବୋଲି କହିଛି ବିଜେଡି ।
ଅରୁଣ ସିଂହଙ୍କୁ ଜବାବ ଦେଇ ବିଜେଡି ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ତରାଇ କହିଛନ୍ତି, ବିଜେପି ବିଭିନ୍ନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କାର ପ୍ରଲୋଭନ ଦେଖାଇଥାଏ । ବିଭିନ୍ନ ନିର୍ବାଚନ ସମୟରେ ବିଜେପି ଗାଡିରୁ ଟଙ୍କା ଜବତ କରାଯିବା ସମୟରେ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସହ ବିଜେପି ନେତାମାନେ ଗଣ୍ଡଗୋଳ କରିଥାନ୍ତି । ତେବେ ଏଭଳି ଟଙ୍କାବଣ୍ଟା ପ୍ରକ୍ରିୟା କେବଳ ବିଜେପିକୁ ସୁହାଇଥାଏ ବୋଲି ସେ କହିଛନ୍ତି ।