କେନ୍ଦ୍ରାପଡ଼ା: ଜିଲ୍ଲାର ବରିଷ୍ଠ ନେତା ତଥା ବିକାଶ ପୁରୁଷ ବେଦପ୍ରକାଶ ଅଗ୍ରୱାଲଙ୍କ ୮୬ତମ ଜନ୍ମଜୟନ୍ତୀ ପାଳିତ ହୋଇଛି । ସ୍ଥାନୀୟ କେନ୍ଦ୍ରାପଡ଼ା ଟାଉନ ହଲ୍ରେ ମହାସମାରୋହରେ ପାଳିତ ହୋଇଛି ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମଜୟନ୍ତୀ । ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁବାସ ସିଂହ ଯୋଗଦେଇ କେନ୍ଦ୍ରାପଡ଼ା ଜିଲ୍ଲାକୁ ବିଜୁବାବୁ ଓ ତାଙ୍କ ସହଯୋଗୀ ବେଦପ୍ରକାଶଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ମହାକାଳପଡ଼ାରେ ବୃହତ ଶିଳ୍ପ ନିର୍ମାଣ ଏହାର ଏକ ପ୍ରମାଣ ବୋଲି ବିଜେଡି ସାଂସଦ କହିଛନ୍ତି । ସେହିପରି ଜିଲ୍ଲାରେ ଯାତ୍ରୀବାହୀ ରେଳ ଚଳାଚଳ ନେଇ ସେ ଓ ତାଙ୍କ ଦଳର ଅନ୍ୟ ସାଂସଦ ସଂସଦରେ ବାରମ୍ବାର ଦାବି ଉଠାଇ ଥିବା କଥା କହିଛନ୍ତି । ଆସନ୍ତାକାଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଏହି ଦାବି ପୁନର୍ବାର ଉପସ୍ଥାପନ କରାଯିବ । ଜିଲ୍ଲାରେ ଯାତ୍ରୀବାହୀ ରେଳ ଚଳାଇବାକୁ କେନ୍ଦ୍ର ସରକାରଙ୍କୁ ବାଧ୍ୟ କରାଯିବ ବୋଲି କହିଛନ୍ତି ସାଂସଦ ସୁବାସ ସିଂହ ।
ଆଜି(ସୋମବାର) ସକାଳୁ ଜନ୍ମଜୟନ୍ତୀ ଅବସରରେ ଏକ ମାରାଥନ ଦୌଡ଼ ଆୟୋଜନ କରାଯାଇ ଉଭୟ ମହିଳା ଓ ପୁରୁଷ ବର୍ଗରେ ପ୍ରଥମ ତିନି ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଟ୍ରଫି, ମାନପତ୍ର ଓ ଉପଢୌକନ ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବେଦପ୍ରକାଶଙ୍କ ଝିଅ ମଧୁମତି ଅଗ୍ରୱାଲ ସଭାପତିତ୍ୱ କରିଥିଲେ । ଏହି ଉତ୍ସବରେ ସ୍ବର୍ଗତ